5000mAh ବ୍ୟାଟେରୀ ଏବଂ ତିନୋଟି କ୍ୟାମେରା ସହିତ ଲଞ୍ଚ୍‌ ହେଲା ରିୟଲମିର ବଜେଟ୍‌ ସ୍ମାର୍ଟଫୋନ୍‌

ରିୟଲମି ନିଜର C-ସିରିଜର ଆଉ ଏକ ସ୍ମାର୍ଟଫୋନ ରିୟଲମି C21Y (Realme C21T) କୁ ଲଞ୍ଚ୍‌ କରିଛି। ଏହି ଫୋନ ଏକ ଏଣ୍ଟ୍ରି ଲେବଲ ଫୋନ ଅଟେ। ଏହି ପ୍ରୋସେସର ସହିତ ଆସିଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଣ୍ଟ୍ରି ଲେବଲ ହେବା ସତ୍ତ୍ୱେ ଏଥିରେ HD+ଡିସପ୍ଲେ, ଓ୍ଵାଟରଡ୍ରପ ଏବଂ ଟ୍ରିପର ରିୟଲ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏହାସହିତ ଏହି ଫୋନ 5000mAh ଭଳି ବଡ ବ୍ୟାଟେରୀ ସହିତ ଆସିଥାଏ। ଯାହା ୟୁଜର୍ସଙ୍କ ପାଇଁ କୌଣସି ବୋନସ୍‌ ଠାରୁ କମ୍‌ ନୁହେଁ। ଫୋନ ରିଭର୍ସ ଚାର୍ଜିଙ୍ଗ୍‌ ସପୋର୍ଟ ସହିତ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହି ଫୋନର ସ୍ପେସିଫିକେସନ ଏବଂ ଦାମ୍‌।

ରିୟଲମି C21Yରେ  HD+ LCD ୬.୫ ଇଞ୍ଚର ଏଚଡି ପ୍ଲସ ଏଲସିଡି ଡିସପ୍ଲେ ଦିଆଯାଇଛି, ଯାହାର ପିକ୍ସେଲ ରିଜୋଲ୍ୟୁସନ 1600×720ର ଅଟେ। ଫୋନର ଫ୍ରଣ୍ଟରେ ନଞ୍ଚ୍‌ ମହଜୁଦ ରହିଛି। ଯେଉଁଠି ଏହାର ଫ୍ରଣ୍ଟ କ୍ୟାମେରା ଦେଖାଯାଇପାରିବ। ଏହି ଫୋନ ୟୁନିସଫ ଟି୬୧୦ ଚିପସେଟ ସହ ଆସିଥାଏ। ଏହାସହିତ ଏଥିରେ G52 ଜିପିୟୁ ଦିଆଯାଇଛି।

realmeରିୟଲମିର ଏହି ବଜେଟ୍‌ ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ୧୦ ଉପରେ କାମ କରିଥାଏ। ମେମୋରୀ ବାବଦକୁ ଫୋନରେ ୩ଜିବି ଏବଂ ୪ଜିବି ରାମ ଦିଆଯାଇଛି। ଏହାସହିତ ୩୨ ଜିବି ଏବଂ ୬୪ ଜିବିର ଷ୍ଟୋରେଜ ସହିତ ଆସିଥାଏ।

ଯଦି କ୍ୟାମେରା ବିଷୟରେ କହିବା ତ ରିୟଲମିର ଏହି ଏଣ୍ଟ୍ରି ଲେବଲ ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଯାହାର ପ୍ରାଇମେରୀ ସେନ୍ସର ୧୩ ମେଗାପିକ୍ସେଲର ଅଟେ। ଦ୍ୱିତୀୟରେ ରହିଛି ୨ ମେଗାପିକ୍ସେଲର ମାଇକ୍ରୋ ଏବଂ ତୃତୀୟରେ ୨ ମେଗାପିକ୍ସେଲର ମୋନୋକ୍ରୋମ୍‌ ଲେନ୍ସ ରହିଛି। ସେଲଫି ଏବଂ ଭିଡିଓ କଲିଙ୍ଗ୍‌ ପାଇଁ ଏହି ଫୋନରେ ୫ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।

ପାଓ୍ଵାର ପାଇଁ Realme C21Yରେ ୫୦୦୦ ମାହ ବ୍ୟାଟେରୀ ଦିଆଯାଇଛି। କନେକ୍ଟିଭିଟୀ ପାଇଁ ଫୋନରେ ୪ଜି, ଓ୍ଵାଇ-ଫାଇ, ବ୍ଲୁଟୁଥ , ଜିପିଏସ ଏବଂ ଗ୍ଲୋନାସ୍‌ ଭଳି ଫିଚର୍ସ ଦିଆଯାଇଛି।

Realme C21Yର ଦାମ୍‌

ରିୟଲମି ଦୁଇ ଷ୍ଟୋରେଜ୍‌ ଭେରିୟଣ୍ଟ 3GB + 32GB, ଏବଂ 4GB + 64GB  ସହିତ ଆସିଥାଏ। ଏହାର ୩ଜିବି ଭେରିୟଣ୍ଟର ଦାମ୍‌ ୧୧, ୨୮୩ ଟଙ୍କା ରହିଥିବାବେଳେ ୪ଜିବି ଭେରିୟଣ୍ଟର ଦାମ ପ୍ରାୟ ୧୨,୯୦୦ ଟଙ୍କା ରହିଛି।

Leave A Reply

Your email address will not be published.