Below header

ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀରରେ ଦେଖାଯାଏ ଏହିସବୁ ପାଶ୍ୱର୍ ପ୍ରତିକ୍ରିୟା, ଜାଣନ୍ତୁ

ଆମକୁ ଛୋଟବେଳୁ ପ୍ରତିଦିନ ଗାଧୋଇବା ପାଇଁ କୁହାଯାଇଥାଏ । ପରେ ଯାହା ଏକ ଅଭ୍ୟାସରେ ପରିଣତ ହୋଇଥାଏ । ପ୍ରତିଦିନ ଗାଧୋଇବା ଦ୍ୱାରା ତ୍ୱଚା ସଫା ରହିବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ମନାଯାଏ । ବୟସ୍କ ତଥା ଗୁରୁଜନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ନାନ କଲେ ଶରୀରରେ ଅଧା ରୋଗ ଦୂର ହୋଇଯାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏଥିରେ ଅନେକ ତ୍ରୁଟି ପରିଲିକ୍ଷିତ ହୋଇଛି ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଗାଧୋଇବା ଦ୍ୱାରା ଆମ ଶରୀର ଉପରେ ଅନେକ କିଛି ଖରାପ ପ୍ରଭାବ ପକାଇଥାଏ । ହାରବର୍ଡ ହେଲ୍‌ଥ ରିପୋର୍ଟ ଅନୁଯାୟୀ, ସୁସ୍ଥ ତ୍ୱଚା ପାଇଁ ଅୟେଲ ଏବଂ ଗୁଡ଼ ଲଗାଇବା ଦ୍ୱାରା ଏହା ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ । ଗାଧୋଇବା ସମୟରେ ଏହି ଲେପକୁ ଲଗାଇ ତ୍ୱଚାରେ ରଗଡ଼ିବା ଦ୍ୱାରା ଡେଡ ସ୍କିନ ସହ ବ୍ୟାକ୍ଟେରିଆ ଦୂର ହୋଇଥାଏ । ଏହି ସମୟରେ ଆପଣ ଉଷୁମ ପାଣିର ବ୍ୟବହାର ମଧ୍ୟ କରିପାରିବେ ।

325346
pc: bright side

ଶରୀରରେ ଇମ୍ୟୁନିଟି ଏବଂ ଆଣ୍ଟିବଡ଼ି ତିଆରି କରିବା ପାଇଁ କାର୍ଯ୍ୟ କରୁଥିବା ପ୍ରତିରକ୍ଷା ତନ୍ତ୍ରକୁ କିଛି ପରିମାଣରେ କମନ ବ୍ୟାକ୍ଟେରିଆ, ସୁକ୍ଷ୍ମ ଜୀବର ଆବଶ୍ୟକତା ରହିଥାଏ । ଏଥିପାଇଁ ଡାକ୍ତରମାନେ ଛୋଟ ପିଲାଙ୍କୁ ପ୍ରତିଦିନ ଗାଧୋଇବାକୁ ମନା କରିଥାନ୍ତି । ଅର୍ଥାତ ଏହା କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ କ୍ଷମତା ହ୍ରାସ ପାଏ । ଏହାସହ କେମିକାଲ ଫୋମ ମଧ୍ୟ ଶରୀରରେ ଥିବା ଭଲ ବ୍ୟାକ୍ଟେରିଆକୁ ନାଶ କରିଥାଏ ।

ଯେଉଁମାନଙ୍କ ସ୍କିନ ଜନିତ ସମସ୍ୟା ତଥା ଡ୍ରାଏ ସ୍କିନ ରହିଛି ସେମାନେ ୫ ମିନିଟ ମାତ୍ର ଗାଧୋଇବା ଉଚିତ । ଏହା ଦ୍ୱାରା ସେମାନଙ୍କ ସ୍କିନ ସହ କେଶ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଏ । ବେଶି ଥଣ୍ଡା ବା ଗରମ ପାଣିରେ ଗଧୋଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ନାଚୁରାଲ ଅୟେଲକୁ ଶେଷ କରିଦିଏ । ସାବୁନ ବ୍ୟବହାର ଏହାର ପ୍ରମୁଖ କାରଣ ହୋଇଥାଏ । ତେଣୁ ନାଚୁରାଲ ଭାବେ ଆପଣ ତେଲ ସହ ହଳଦୀ ଲଗାଇ ମଧ୍ୟ ନିଜ ସ୍କିନକୁ ସଫା ରଖି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.