ଉତ୍ତରପ୍ରଦେଶ: ଗୋଟିଏ ଗଛରେ ୧୨୧ ପ୍ରଜାତିର ଆମ୍ବ ଫଳିବା ଘଟଣାକୁ ନେଇ ଉଠିଛି ଚର୍ଚ୍ଚା

ଉତ୍ତରପ୍ରଦେଶର ସହାରନପୁରରେ ଆମ୍ବର ଏକ ଏମିତି ଗଛ ଦେଖିବାକୁ ମିଳିଛି, ଯେଉଁଠି ଗୋଟିଏ ଆମ୍ବ ଗଛରେ ପାଖାପାଖି ୧୨୧ ପ୍ରକାରର ଆମ୍ବ ଫଳିଛି । କେବଳ ଏତିକି ନୁହେଁ ବରଂ ଏହି ଅନୋଖା ବା ଭିନ୍ନ ଧରଣର ଗଛକୁ ଦେଖିବା ପାଇଁ ବହୁଦୂରରୁ ଅନେକ ଲୋକ ମଧ୍ୟ ଆସୁଛନ୍ତି ।

ସାରା ଦୁନିଆରେ ଏମିତି ଅନେକ ଜିିନିଷ ଲୁକ୍କାୟିତ ଅବସ୍ଥାରେ ଅଛି ଯାହାର ସନ୍ଧାନ ପାଇବା ମାତ୍ରେ ଅନେକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ପୁରା ଦୁନିଆରେ ୧୫୦୦ରୁ ଅଧିକ ପ୍ରକାରର ଆମ୍ବ ରହିଛି । ଯେଉଁଥିରୁ ୧୦୦୦ ପ୍ରଜାତିର ଆମ୍ବ ଭାରତରେ ଦେଖାଯାଏ । ପ୍ରତ୍ୟେକ ଆମ୍ବର ବାସ୍ନା, ସ୍ୱାଦ ଏବଂ ଓଜନ ଭିନ୍ନ । କିନ୍ତୁ ଗୋଟିଏ ଗଛରେ ୧୨୧ ପ୍ରକାରର ଆମ୍ବ ଫଳିବା ଏକ ଆଶ୍ଚର୍ଯ୍ୟକାରୀ ଘଟଣା ।

235346
pc: aajtak

ତେବେ ସୂଚନା ଅନୁଯାୟୀ, ଏହି ଗଛକୁ ଏକ ଖାସ ଶୈଳୀରେ ରୋପଣ କରାଯାଇଛି । ଏହାକୁ କରିବା ପାଇଁ ୫ ବର୍ଷ ସମୟ ଲାଗିଥିଲା । ଏହି ସ୍ଥାନରେ ଥିବା କମ୍ପାନୀ ବାଗରେ ୧୫ ବର୍ଷ ହଲାଣି ବିଶେଷ ରକମର ଗଛ ଲଗାଯାଇଥିଲା ।  କିନ୍ତୁ ୫ ବର୍ଷ ପୂର୍ବେ ହର୍ଟିକଲଚରିଷ୍ଟ ଉପାୟ ଆପଣାଇ ଏକ୍ସପେରିମେଣ୍ଟ କରାଯାଇଥିଲା । ଯେଉଁଥିରେ ନୂଆ ଭାବେ ଆମ୍ବ ଚାଷ କରାଯାଇ ପାରିବ ।

ଆଧୁନିକ ଉପାୟ ଢ଼ାଞ୍ଚା ଆପଣାଇ ଏଭଳି ଆମ୍ବ ଉତ୍ପାଦନ କରାଯାଉଛି । ଏହାକୁ ଦେଖିବା ପାଇଁ ନର୍ସରୀ ଇନଚାର୍ଜ ନିଯୁକ୍ତ ଅଛନ୍ତି । ଏହି ଘଟଣା ନ୍ୟାସନାଲ ଚ୍ୟାନେଲରେ ଏବେ ଖୁବ ଭାଇରାଲ ହେଉଛି । ଏହା ପୂର୍ବରୁ ମଧ୍ୟ ସହରାନପୁରରେ ଆମ୍ବ ତଥା ଅନ୍ୟ ଫଳକୁ ନେଇ ଏକ୍ସପେରିମେଣ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.