ପୁଅ ବୋହୂ ପାଇଁ ଅଲୋଡା ହେଉଛି ମା’, ଅସହ୍ୟ ଯନ୍ତ୍ରଣାରେ ଜୀବନ ଜିଉଁଛନ୍ତି ଆରତୀ ଦୋରା

କେନ୍ୟୁଜ୍(ବ୍ୟୁରୋ): ନିଷ୍ଠୁର ହେଉଛି ପୁଅ। ଦଶ ମାସ ଦଶ ଦିନ ଯେଉଁ ପୁଅକୁ ଗର୍ଭରେ ଧରି ଲାଳନ ପାଳନ କରେ ସେହି ପୁଅ ବଡ ହେଲା  ପରେ ମାର ବଳିଦାନକୁ ଭଲିଯାଏ।  ଜନ୍ମରୁ ଲାଳନ ପାଳନ କରି ଅତି ଗେହ୍ଲାରେ ବଢାଇଥିବା ପୁଅ ପାଇଁ ଏବେ ଅଲୋଡ଼ା ହୋଇଛି ମାଆ । ପୁରୀ ମାଟିଆପଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ୭୦ ବର୍ଷିୟା ବୃଦ୍ଧା ଆରତୀ ଦୋରା ଏବେ ପୁଅ-ବୋହୂଙ୍କ ନିର୍ଯାତନାର ଶିକାର ।

ବୃଦ୍ଧା ଜଣକ ମଧୁମେହ ଓ ପକ୍ଷାଘାତ ରୋଗରେ ଆକ୍ରାନ୍ତ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ । ସମସ୍ତେ ବିବାହ କରି ସାରିଛନ୍ତି । ତେବେ ଗତବର୍ଷ ପୁଅ ବାହା ହେବା ପରେ ସମ୍ପୂର୍ଣ୍ଣ ବଦଳିଯାଇଛି ବ୍ୟବହାର । ମାଆକୁ ଠିକ ସେ ଖାଇବାକୁ ନଦେଇ ପାଲଟା ଘର ଛାଡ଼ି ଚାଲିଯିବାକୁ କହୁଛି ପୁଅ । ମାଆର ଦୁଃଖ ଦେଖି ନପାରି ଦୁଇ ବିବାହିତ ଝିଅ ଘରକୁ ଆସିଲେ ଭାଇ-ଭାଉଜ ସେମାନଙ୍କୁ ଆସିବାକୁ ବାରଣ କରୁଛନ୍ତି । ପ୍ରତିବାଦ କଲେ ମିଥ୍ୟା ମାମଲା କରିବାକୁ ଧମକ ଦେଉଛି ଭାଉଜ । ଏ ସମ୍ପର୍କରେ ପୁଅକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କ୍ୟାମେରା ଆଗରେ କିଛି କହିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.