ଟଙ୍କା ପାଇଁ ମା’କୁ ଆକ୍ରମଣ କଲା ପୁଅ, ଗୁଳି ଚଳାଇ ଏବେ ଥାନାରେ ଅଟକ

ଗତକାଲି ସନ୍ଧ୍ୟା ସମୟରେ ଦଶପଲ୍ଲା ବ୍ଲକ ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ପୁଅ ନିଜ ଜନ୍ମ କଲା ମା’ର ଜୀବନ ନେବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ବଞ୍ଚିଯାଇଛି ।

ଦଶପଲ୍ଲା (କେନ୍ୟୁଜ): ନିଶା ପାଇଁ ମା’କୁ ଆକ୍ରମଣ କଲା ପୁଅ । ହିତାହିତ ଜ୍ଞାନ ହରାଇ ବସିଲା । ନିଶା କରିବା ପାଇଁ ଟଙ୍କା ଦରକାର ଥିଲା । କିନ୍ତୁ ମା’ ଟଙ୍କା ଦେବାକୁ ମନା କରିଦେବାରୁ ପୁଅ ମୁଣ୍ଡକୁ ଚଢ଼ିଥିଲା ପିତ । ରାଗରେ ମା’କୁ ବନ୍ଧୁକ ମୁନରେ ଆକ୍ରମଣ କରିବାକୁ ପଛାଇଲାନି ପୁଅ । ଭୁଲିଗଲା ସବୁ ସମ୍ପର୍କ । କେବଳ ଦରକାର ଥିଲା ଟଙ୍କା । ତେବେ ଗତକାଲି ସନ୍ଧ୍ୟା ସମୟରେ ଦଶପଲ୍ଲା ବ୍ଲକ ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ପୁଅ ନିଜ ଜନ୍ମ କଲା ମା’ର ଜୀବନ ନେବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ସାମାନ୍ୟ ନିଶା କରିବା ପାଇଁ ପୁଅ ମା’କୁ ଆକ୍ରମଣ କରିଥିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉକି କଳସାଖମଣ ଗାଁର ଦୁହିତା ପ୍ରଧାନଙ୍କ ବଡ଼ ପୁଅ ସୁଶାନ୍ତ କାଲି ନିଶାସକ୍ତ ଅବସ୍ଥାରେ ଆସି ଦୁହିତା ପ୍ରଧାନଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ଦୁହିତା ପ୍ରଧାନ ଟଙ୍କା ନଦେବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଶେଷରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ ଶୁଶାନ୍ତ ଉତକ୍ଷିପ୍ତ ହୋଇ ଘର ଭିତରକୁ ଯାଇ ଦେଶୀ ବନ୍ଧୁକ ଖୋଜିଥିଲେ । ଆଉ ବନ୍ଧୁକ ମିଳିଗଲା ପରେ ମା’ ଉପରକୁ ଗୁଳି ଚାଳନା କରିଥିଲେ ଶୁଶାନ୍ତ । ଶେଷରେ ଶୁଶାନ୍ତ ବନ୍ଧୁକର ଗୁଳି ସିଧା ଯାଇ ଲାଗିଥିଲା ଦୁହିତାଙ୍କ ଗୋଡ଼ରେ । ଫଳରେ ଦୁହିତା ଚିତ୍କାର କରି ସେଠାରେ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ଗୁଳିର ଶବ୍ଦ ଶୁଣି ପାଖ ପଡ଼ୋଶୀ ଦୁହିତାଙ୍କ ଘରେ ପହଞ୍ଚିଥିଲେ ।

ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ଦୁହିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁହିତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏହା ପରେ ଦୁହିତା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ଶୁଣିବାକୁ ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରେ ବାଣୀଗୋଚ୍ଛା ପୋଲିସ ପହଞ୍ଚି ଦେଶୀ ବନ୍ଧୁକକୁ ଜବତ କରିବା ସହିତ ସୁଶାନ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ନିଶା ଯେ କେତେ ଲୋକଙ୍କ ଜୀବନ ନଷ୍ଟ କରୁଛି, ତାହା ଏଭଳି ଘଟଣାରୁ ପ୍ରକାଶ ପାଉଛି । ଅନେକ ପରିବାର ଏଇ ନିଶା ପାଇଁ ଛାରଖାର ହୋଇଗଲାଣି । ଯଦି ମଣିଷ ନିଜେ ଏଭଳି ନିଶା କରିବାରୁ ଦୂରେଇ ରୁହନ୍ତା, ହୁଏତ ଏଭଳି ଅଘଟଣ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.