ନ୍ୟୁୟର୍କର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ, ଅନେକ ଆହତ

ଆମେରିକାର ନ୍ୟୁୟର୍କରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡରେ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକ ଫାଜିଲ ଖାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗ କରାଯାଉଛି । ଖୁବଶୀଘ୍ର ତାଙ୍କ ଶରୀରକୁ ଭାରତ ପଠାଇବାର ବନ୍ଦୋବସ୍ତ କରାଯାଉଛି ।

ଆମେରିକାର ନ୍ୟୁୟର୍କରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି  । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛି, ଏହି ଅଗ୍ନିକାଣ୍ଡରେ ୨୭ ବର୍ଷୀୟ ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ଫଜିଲ ଖାନ ବୋଲି ଜଣାପଡିଛି । ତାଙ୍କ ସାଙ୍ଗ ଏବଂ ପରିବାର ସହିତ ଯୋଗାଯୋଗ କରାଯାଉଛି ।

ଏହି ଦୁର୍ଘଟଣା ପରେ ଦୂତାବାସ ଟ୍ୱିଟ କରି କହିଛନ୍ତି ଯେ, ନ୍ୟୁୟର୍କର ହାର୍ଲେମର ଏକ ଆପାର୍ଟମେଣ୍ଟରେ ଏକ ର୍ଦୁଭାଗ୍ୟବଶତଃ ନିଆଁ ଲାଗିବାରୁ ଜଣେ ୨୭ ବର୍ଷୀୟ ଭାରତୀୟ ବଂଶଜଙ୍କର ମୃତ୍ୟୁ ହୋଇଥିବା କଥା ଶୁଣି ଦୁଃଖିତ । ଫାଜିଲ ଖାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗ କରାଯାଉଛି । ଖୁବଶୀଘ୍ର ତାଙ୍କ ଶରୀରକୁ ଭାରତ ପଠାଇବାର ବନ୍ଦୋବସ୍ତ କରାଯାଉଛି ।

ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି କି, ହାର୍ଲେମ ଆପାର୍ଟମେଣ୍ଟ ବିଲିଡିଂରେ ଇ-ବାଇକରେ ଲାଗୁଥିବା ‘ଲିଥିୟମ୍-ଆୟନ୍’ ବ୍ୟାଟେରୀ ଯୋଗୁଁ ଉକ୍ତ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଘଟଣାରେ ଅନ୍ୟ କେତେକ ଆହତ ହୋଇଛନ୍ତି । ୧୨ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏମାନେ ରଶି ସହାୟତାରେ ବାହାରକୁ ବାହାରିଥିଲେ । ତେବେ କେତେକ ଲୋକ ଜୀବନ ବଞ୍ଚାଇବା ପାଇଁ ବିଲିଡିଂରୁ ଡେଇଁ ପଡିଥିବା ଖବର ମଧ୍ୟ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.