ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଧ୍ରୁବ ଜୁରେଲଙ୍କ କମାଲ୍‌ ବ୍ୟାଟିଂ

ପୂର୍ବରୁ ପ୍ରଥମ ଇନିଂସରେ ୩୫୩ ରନ୍ କରି ଅଲ୍ ଆଉଟ୍ ହୋଇଛି ଇଂଲଣ୍ଡ । ଭାରତ-ଇଂଲଣ୍ଡ ଟେଷ୍ଟର ଆଜି ତୃତୀୟ ଦିନରେ ଅସମାପ୍ତ ୨୧୯ ରନରୁ ଖେଳ ଆରମ୍ଭ କରିଛି ଭାରତ। ଭାରତ ଏବେ ୯ ଓ୍ଵିକେଟ ହରାଇ ୩୦୭ ରନ୍‌ କରିଛି ।

ରାଞ୍ଚିରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡର ସ୍ଥିତି ମଜବୁତ । ଭାରତ-ଇଂଲଣ୍ଡ ଟେଷ୍ଟର ଆଜି ତୃତୀୟ ଦିନରେ ଅସମାପ୍ତ ୨୧୯ ରନରୁ ଖେଳ ଆରମ୍ଭ କରିଛି ଭାରତ। ଭାରତ ୯ ୱିକେଟ୍ ହରାଇଛି । ଧ୍ରୁବ ଜୁରେଲ ୮୦ ରନ କରି ଅପରାଜିତ ରହିଛନ୍ତି । ଭାରତ ଏବେ ୯ ଓ୍ଵିକେଟ ହରାଇ ୩୦୭ ରନ୍‌ କରିଛି ।

ପୂର୍ବରୁ ପ୍ରଥମ ଇନିଂସରେ ୩୫୩ ରନ୍ କରି ଅଲ୍ ଆଉଟ୍ ହୋଇଛି ଇଂଲଣ୍ଡ । ପ୍ରଥମ ଇନିଂସରେ ଆରମ୍ଭରେ ଭାରତ ରୋହିତ ଶର୍ମାଙ୍କ ଓ୍ବିକେଟ ହରାଇ ଚାପରେ ରହିଥିଲା । ରୋହିତ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ଯୁବ ଓପ୍ନର ଯଶସ୍ବୀ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରି ସର୍ବାଧିକ ୭୩ ରନ କରିଥିଲେ । ଯଶସ୍ୱୀ ତାଙ୍କ ୭୩ ରନର ଇନିଂସରେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ଭାରତର ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । କେବଳ ଶୁଭମନ ଗିଲ ୩୮ ରନ କରିଥିଲେ । ନିୟମିତ ଓ୍ବିକେଟ ପତନ ପରେ ଭାରତ ପକ୍ଷରୁ ଧ୍ରୁବ ଜୁରେଲ ପାଳି ସମ୍ଭାଳିଛନ୍ତି ।

ରଜତ ପାଟିଦାର (୧୭) ଓ ରବୀନ୍ଦ୍ର ଜାଡେଜା(୧୨)ଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଆକାଶ ଦୀପ ୯ ରନ କରି ଆଉଟ୍‌ ହୋଇଛନ୍ତି । ଏବେ ଧ୍ରୁବ ଏବଂ ମହମ୍ମଦ ସିରାଜ ପାଳି ସମ୍ଭାଳିଛନ୍ତି । ଇଂଲଣ୍ଡ ପାଇଁ ଏଯାଏ ବଶିର ୪ଟି, ହାର୍ଟଲୀ ୨ଟି ଓ ଆଣ୍ଡରସନ ଗୋଟିଏ ୱିକେଟ ନେଇଛନ୍ତି।

ଏବେବି ଇଂଲଣ୍ଡ ଠାରୁ ଭାରତ ୬୦ ରନ୍ ପଛରେ ରହିଛି । ଇଂଲଣ୍ଡର ପ୍ରଥମ ପାଳି ୩୫୩ ରନରେ ଶେଷ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.