ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ ମା ଆହତ । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ମୃତକ ଗୁରୁଚରଣ କିସାନ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ।

ଦେବଗଡ଼ (କେନ୍ୟୁଜ): ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ ମା ଆହତ । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ମୃତକ ଗୁରୁଚରଣ କିସାନ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମିଶ୍ର କିସାନମଦ୍ୟପ ଅବସ୍ଥାରେ ଘରକୁ ଆସି ପାରିବାରିକ କଥାକୁ ନେଇ ଗୁରୁ ଚରଣଙ୍କ ସହ ଝଗଡ଼ା କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ମିଶ୍ର ଏକ ଠେଙ୍ଗା ସାହାଯ୍ୟରେ ବାପା ଗୁରୁଚରଣ ଉପରକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଗୁରୁଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପଟେ ମିଶ୍ର ତାଙ୍କ ମାଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେପଟେ ପାରୁବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.