ବାଟରେ ଜଗିଥିଲା ଯମ, ବିବାହ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ୩ ମୃତ ଏବଂ ତିନି ଗୁରୁତର

ବାହାଘର ସାରି ଘରକୁ ଫେରୁଥିବା ବେଳେ ବିଦ୍ୟୁତ ଖୁଣ୍ଟ ସହିତ ପିଟିହେଲା କାର୍‌ । ଘଟଣାସ୍ଥଳରେ ୩ ମୃତ, ଅନ୍ୟ ୩ ଜଣ ଗୁରୁତର । ଉନ୍ନାଓରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ବାହାଘରରୁ ଖୁସି ହୋଇ ଫେରୁଥିଲେ, ହେଲେ ବାଟରେ ଜଗିଥିଲା ଯମ । ଉନ୍ନାଓରେ ବିବାହ ଉତ୍ସବରୁ ଫେରୁଥିବା ବେଳେ କାର ଅନିୟନ୍ତ୍ରିତ ହୋଇ ବିଜୁଳି ଖୁଣ୍ଟରେ ପିଟିହୋଇ ଚାଲିଗଲା ୩ ଜଣଙ୍କ ଜୀବନ । କାରରେ ଥିବା ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ପହଞ୍ଚିଥିଲେ । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ହସପିଟାଲରେ ପ୍ରାଣ ଚାଲିଯାଇଛି ।

ଖବର ମୁତାବକ, ଉନ୍ନାଓର ମୋରାୱା ଥାନା ଅଞ୍ଚଳରେ ଭଗଇୟାଖେଡାରେ ଗୋଟେ ପରିବାରର ବିବାହ ଉତ୍ସବ ସାରି ଫେରୁଥିବା ବେଳେ କାରରଟି ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା । ଫଳରେ କାର୍‌ରେ ଥିବା ୬ ଜଣ ଲୋକ ଦବିଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ପହଞ୍ଚିଥିଲେ । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏମାନଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ପୋଲିସ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣା ବିଷୟରେ ସୂଚନା ଦେଇ ସିଓ ହସନଗଂଜ ଦୀପକ ସିଂ କହିଛନ୍ତି । ଆହତଙ୍କ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.