Below header

ମୋଟର ସାଇକେଲ ଧକ୍କାରେ ବୃଦ୍ଧା ମୃତ, ଚାଳକ ଫେରାର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ସଡକ ଦୁର୍ଘଟଣା । ମୋଟର ସାଇକେଲ ଧକ୍କାରେ ବୃଦ୍ଧା ମୃତ । ମୃତ ବୃଦ୍ଧା ଜଣକ ହେଲେ ଧାମନଡ଼ଙ୍ଗା ଗାଁର ଲଳିତା ପୁଟେଲ ।

କଣ୍ଟାବାଞ୍ଜି (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ସଡକ ଦୁର୍ଘଟଣା । ମୋଟର ସାଇକେଲ ଧକ୍କାରେ ବୃଦ୍ଧା ମୃତ । ମୃତ ବୃଦ୍ଧା ଜଣକ ହେଲେ ଧାମନଡ଼ଙ୍ଗା ଗାଁର ଲଳିତା ପୁଟେଲ ।

ମୃତକଙ୍କ ପରିବାର ଲୋକଙ୍କ ଅନୁସାରେ ଆଜି ସକାଳୁ ସକାଳ ୬ ଟା ସମୟରେ ଲଲିତା ଶୌଚ ହୋଇ ଫେରୁଥିବା ସମୟରେ ଘର ସାମ୍ନାରେ ଦ୍ରୁତଗତିରେ ଏକ ମୋଟର ସାଇକେଲ ଆସି ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଭାଗିଯାଇଥିଲା । ଛାତିରେ ଅଧିକ ମାଡ଼ ହୋଇଥିବାରୁ ହସ୍ପିଟାଲକୁ ଆଣୁଥିବା ବାଟରେ ହିଁ ଲଳିତାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଚାଳକ ମୋଟର ସାଇକେଲକୁ ଛାଡି ନିଜେ ଫେରାର ହୋଇଥିବା ଜଣାପଡିଛି । କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇ ଥିବା ମୋଟର ସାଇକେଲ ଚାଳକ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.