DRDO ରେ ୧୫୦ ପଦବୀ ପାଇଁ ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଗ୍ରାଜୁଏସନ, ଡିପ୍ଲୋମା କିମ୍ବା ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । DRDO ରେ ୧୫୦ ପଦବୀ ଖାଲି । ୧୦ ଜୁନର ରୋଜଗାର ସମାଚାର ପତ୍ରରେ ନୋଟିଫିକେସନ ଜାରି ହୋଇଛି ।  ଆବେଦନ କରିବାର ଶେଷ ତାରିଖ ନୋଟିଫିକେସନ ଜାରି ହେବାର ୨୧ ଦିନ ପର୍ଯ୍ୟନ୍ତ ରହିଛି ।

DRDO ଚାକିରି କରିବାର ସୁଯୋଗ । ଗ୍ରାଜୁଏସନ, ଡିପ୍ଲୋମା କିମ୍ବା ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ନୋଟିଫିକେସନ ଜାରି ହେବାର ୨୧ ଦିନ ପର୍ଯ୍ୟନ୍ତ ରହିଛି । ଇଚ୍ଛୁକ  ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  rac.gov.in କୁ ଯାଇ ଆବେଦନ କରିପାରିବେ । ୧୦ ଜୁନର ରୋଜଗାର ସମାଚାର ପତ୍ରରେ ନୋଟିଫିକେସନ ଜାରି ହୋଇଛି ।

ପଦବୀ ବିବରଣୀ : ୧୫୦

ଖାଲିପଡିଥିବା ପଦବୀ ମଧ୍ୟରୁ ୩୦ ଗ୍ରାଜୁଏଟ ଅପାରଣ୍ଟିସ, ୩୦ ଡିପ୍ଲୋମା ଅପାରଣ୍ଟିସ, ୬୦ ଆଇଟିଆଇ ଅପାରଣ୍ଟିସ ପଦବୀ ପାଇଁ ନିର୍ଦ୍ଧାରିତ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏଟ୍‌ ଅପାରଣ୍ଟିସ ପାଇଁ ବିଇ, ବିଟେକ, ମେକାନିକାଲ ଏବଂ କେମିକାଲରେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏଟ ଡିଗ୍ରୀ କରିଥିବା ଜରୁରୀ । ଟେକ୍ନିକାଲ ଅପାରଣ୍ଟିସଙ୍କ ପାଇଁ  ECE,EEE,CSE ମେକାନିକାଲ ଏବଂ କେମିକାଲରେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଡିପ୍ଲୋମା କରିଥିବା ଜରୁରୀ ।

ଯେଉଁମାନେ ୨୦୨୦, ୨୦୨୧, ୨୦୨୨ରେ ଗ୍ରାଜୁଏସନ, ଡିପ୍ଲୋମା ଏବଂ ଆଇଟିଆଇ ପାସ୍‌ କରିଥିବେ, ସେମାନେ ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗଙ୍କୁ ନିୟମାନୁସାରେ ଛାଡ୍‌ ଦିଆଯିବ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ drdo.gov.in କୁ ଯାଆନ୍ତୁ ।

ହୋମପେଜର ହ୍ବାଟସନୁ୍ୟ ସେକ୍ସନରେ କ୍ଲିକ୍‌ କରନ୍ତୁ ।

ସ୍କ୍ରିନରେ ଏକ ନୂଆ ପେଜ ଖୋଲିବ ।

ଏହାପରେ ଆରସିଆଇ, ଡିଆରଡିଓ, ହାଇଦ୍ରାବାଦରେ ଗ୍ରାଜୁଏଟ୍‌, ଟେକ୍ନିସିଆନ ଏବଂ ଆଇଟିଆଇ ଟ୍ରେଡ ବିଜ୍ଞାପନ ଉପରେ କ୍ଲିକ୍‌ କରନ୍ତୁ ।

ରେଜିଷ୍ଟ୍ରର କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.drdo.gov.in/sites/default/files/career-vacancy-documents/AdvtRCI_Appr3005202.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.