କାମ କରୁଥିବା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର

ବାଲିଆପାଳ ଥାନା ବସ୍‌ଷ୍ଟାଣ୍ଡ ନିକଟରେ କାମ କରୁଥିବା ବେଳେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ଦୁଃଖଦ ଖବର । ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର । ବାଲିଆପାଳ ଥାନା ବସ୍‌ଷ୍ଟାଣ୍ଡ ନିକଟରେ କାମ କରୁଥିବା ବେଳେ ଅଘଟଣ ଘଟିଛି । ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏକ ଘରୋଇ ବିଲଡିଂରେ ଶ୍ରମିକମାନେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଶ୍ରମିକ । ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.