ଘରୋଇ କଳିକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ
ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁର ଘଟଣା । ବାପାକୁ ହତ୍ୟା କରିବା ପରେ ଆଠଗଡ଼ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ପୁଅ । ଘଟଣାସ୍ଥଳରେ ଆଠଗଡ଼ ପୋଲିସର ତଦନ୍ତ ଜାରି ରଖିଛି ।
ଆଠଗଡ଼(କେନ୍ୟୁଜ୍): ଘରୋଇ କଳିରେ ବାପା ପଡ଼ିଲେ ବଳି । ପୁଅ ହାତରେ ଗଲା ବାପା ଜୀବନ। ଘରୋଇ କଳିକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁର ଘଟଣା । ବାପାକୁ ହତ୍ୟା କରିବା ପରେ ଆଠଗଡ଼ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ପୁଅ । ଘଟଣାସ୍ଥଳରେ ଆଠଗଡ଼ ପୋଲିସର ତଦନ୍ତ ଜାରି ରଖିଛି ।
ମୃତକ ହେଲେ ଆଠଗଡ଼ ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ । ଆଠଗଡ଼ ଅଞ୍ଚଳରେ ବାଲି ମଉସା ଭାବରେ ସେ ବେଶ ଜଣାଶୁଣା । ଦୀର୍ଘ ୩୦ବର୍ଷ ଧରି ଆଠଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳରେ ରହି କାର୍ଯ୍ୟ କରି ଆସୁଥିଲେ । ଖବର ପାଇ ଆଠଗଡ଼ ଓ ତିଗିରିଆ ବିଜୁ ଜନତା ଦଳର କର୍ମ କର୍ତ୍ତା ମାନେ ଶେଷ ଦର୍ଶନ ପାଇଁ ଆଠଗଡ଼ ମେଡିକାଲରେ ପହଞ୍ଚିଛନ୍ତି।