ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ୭ କିଲୋମିଟର, ପ୍ରଶାସନକୁ ଦେଖାଯାଉନି ମହିଳାଙ୍କ ଦୁଃଖ

ଅଜଣା ରୋଗ କରି ଦେଇଛି ଅଙ୍ଗହାନି । ଦିବ୍ୟାଙ୍ଗ ହେଲେ ବି ଜୀବନ ବଞ୍ଚାଇବା ପାଇଁ ମହିଳା ଜଣକ କରୁଛନ୍ତି ଅହରହ ସଂଘର୍ଷ । ଗୁରୁଣ୍ଡି ଗୁରୁଣ୍ଡି ୭ କିଲୋମିଟର ରାସ୍ତା ପାରି ହୋଇ ବ୍ୟାଙ୍କ ଯାଉଛନ୍ତି ମାତ୍ର ୫୦୦ ଟଙ୍କା ଭତ୍ତା ପାଇଁ ।

କେନ୍ୟୁଜ୍‌(ବ୍ୟୁରୋ): ବଡ଼ କଷ୍ଟ ଏ ଜୀବନ । ଅଜଣା ରୋଗ କରି ଦେଇଛି ଅଙ୍ଗହାନି । ଦିବ୍ୟାଙ୍ଗ ହେଲେ ବି ଜୀବନ ବଞ୍ଚାଇବା ପାଇଁ ମହିଳା ଜଣକ କରୁଛନ୍ତି ଅହରହ ସଂଘର୍ଷ । ଏମିତି ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି ଆଉ ନିଜ କାମ ନିଜେ କରୁଛନ୍ତି । ହେଲେ ସରକାର ତାଙ୍କ ସହାୟତା ପାଇଁ ଯେଉଁ ଭତ୍ତା ଗଣ୍ଡେ ଦେଇଛନ୍ତି ତାକୁ ପାଇବା ପାଇଁ ତାଙ୍କର ସଂଘର୍ଷ ସବୁ କଷ୍ଟକୁ ବଳି ଯାଉଛି । ବାବୁଭାୟାମାନେ ଘରକୁ ଆସି ଭତ୍ତା ଦେଉ ନାହାନ୍ତି । ତେଣୁ ମହିଳା ଜଣକ ଏମିତି ଗୁରୁଣ୍ଡି ଗୁରୁଣ୍ଡି ୭ କିଲୋମିଟର ରାସ୍ତା ପାରି ହୋଇ ବ୍ୟାଙ୍କ ଯାଉଛନ୍ତି ମାତ୍ର ୫୦୦ ଟଙ୍କା ଭତ୍ତା ପାଇଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ସହରରେ । କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଲାଣ୍ଡିଗୁଡା ଗାଁର ଦିବ୍ୟାଙ୍ଗ ମହିଳା ରୁକୁଣା ଗୌଡ଼ । ସାଥୀରେ ପୁଣି ଅଛନ୍ତି ବୃଦ୍ଧା ମା ।

ରୁକୁଣା ଛୋଟ ବେଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ଦୁଇ ଗୋଡ଼ ଅଚଳ ହୋଇ ଯାଇଛି । ସରକାରଙ୍କ ପକ୍ଷରୁ ପୂର୍ବରୁ ୭ଶହ ଟଙ୍କା ଭତ୍ତା ଦିଆ ଯାଉଥିଲା । ଏବେ ମିଳୁଛି ୫ ଶହ ଟଙ୍କା । ପୁଣି ସେତିକି ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ପଡୁଛି । ନିଜ ଗାଁରୁ ବ୍ୟାଙ୍କ ଯିବା ଆସିବାକୁ ଅଟୋ ଭଡ଼ା ଦୁଇ ଶହ ଟଙ୍କା ନେଉଛନ୍ତି । ତେଣୁ ଟଙ୍କା ବଞ୍ଚାଇବାକୁ ଏଭଳି କଷ୍ଟ କରି ବ୍ୟାଙ୍କକୁ ଆସୁଛନ୍ତି ରୁକୁଣା ।

ସେ ପ୍ରଶାସନ ହୁଅନ୍ତୁ ଅବା ବ୍ୟାଙ୍କ କର୍ତ୍ତୃପକ୍ଷ, ଆଶ୍ଚର୍ଯ୍ୟ ଲାଗୁଛି ଏଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ କଷ୍ଟ କଣ ସେମାନେ ଦେଖି ପାରୁ ନାହାନ୍ତି ନା ଅନୁଭବ କରି ପାରୁ ନାହାନ୍ତି ? ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.