Below header

ନବରଙ୍ଗପୁରରେ ଅଭାବନୀୟ ଘଟଣା: ସମ୍ପତ୍ତିକୁ ନେଇ ସାବତ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

ନବରଙ୍ଗପୁର: ନବରଙ୍ଗପୁରରେ ଅଭାବନୀୟ ଘଟଣା । ସାବତ ମା’କୁ ହତ୍ୟା କଲା ପୁଅ । ଗାଦବାଗୁଡା ସାହିର ଶ୍ରୀଧର ମହାପାତ୍ର ପୁଅ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ। ତାଙ୍କ ପୁଅ ସୂର୍ଯ୍ୟକାନ୍ତ(୩୦), ନିଜ ସାବତ ମା’ ରୁନି(୫୦)ଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ଖବର ମୁତାବକ, ସାବତ ମା’ ରୁନିଙ୍କର ପୁଅ ଝିଅଙ୍କ ସହିତ ଘରୋଇ ସମ୍ପତ୍ତିକୁ ନେଇ ବାଦ ବିବାଦ ରହିଥିଲା। ଗତ ଚାରି ପାଞ୍ଚ ମାସ ପୂର୍ବରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଶେଷରେ ଯୋଜନାବଦ୍ଧ ଭାବେ ଆଜି ଘରେ କେହି ନ ଥିବାର ସୁଯୋଗ ପାଇ ତାଙ୍କ ପୁଅ ସାବତ ମାଙ୍କୁ ଏକ ଗାମୁଛା ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି ।

ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଁଚି ପୁଅ ସୂର୍ଯ୍ୟକାନ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶ୍ରୀଧର ମହାପାତ୍ର ଦ୍ଵିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଓ ଦୁଇ ଝିଅ ରହିଥିଲେ ଏବଂ ଦ୍ଵିତୀୟ ସ୍ତ୍ରୀଙ୍କର ଗୋଟିଏ ପୁଅ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.