Below header

ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ, ଶୌଚ ହେବାକୁ ଯିବା ସମୟରେ ହାତ ଗୋଡ ବାନ୍ଧି ଉଠାଇନେଲେ ୨ ଯୁବକ

ଟାଙ୍ଗୀ(କେନ୍ଯୁଜ୍): ବିବାହିତା ମହିଳାଙ୍କୁ ୨ ଜଣ ଯୁବକ ଦ୍ଵାରା ଗଣ ଦୁଷ୍କର୍ମ ଅଭିଯୋଗ । ସୂଚନା ମୁତାବକ ଗତ ୧୭ ତାରିଖରେ ମହିଳା ଜଣକ ନିଜ ବାଡି ପଟକୁ ଶୌଚ ପାଇଁ ଯାଇଥିବା ବେଳେ  ପୂର୍ବରୁ ବାଡ଼ିରେ ଲୁଚି ରହିଥିବା ସେହି ଗାଁର ୨ ଯୁବକ ମହିଳାଙ୍କ ହାତ ମୁହଁ ବାନ୍ଧି ମୋଟର ସାଇକେଲରେ ଉଠାଇ ନେଇଯାଇଥିଲେ । ଗାଁ ଠାରୁ କିଛି ଦୂର ବିରି ବାଡି ବଜାର ନିକଟସ୍ଥ ଘରକୁ ନେଇ ସେଠାରେ ଅଭିଯୁକ୍ତ ଯୁବକ ଦୁଇ ଜଣ ମିଶି ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ମହିଳାଙ୍କର ୫ ସନ୍ତାନ ଥିବା ବେଳେ ୩ ଜଣ ଶାରିରୀକ ଅକ୍ଷମ । ମହିଳାଙ୍କ ସ୍ୱାମୀ ସୁଦୂର ବାଙ୍ଗାଲୋରରେ ନିର୍ମାଣ ଶ୍ରମିକ କାମ କରିବାକୁ ଯାଇଛନ୍ତି ।

ଅସହାୟ ମହିଳା ଅଭିଯୋଗକାରୀ ଜଣକ ଭୟ ଓ ଯନ୍ତ୍ରଣାରେ ଦିନ କାଟୁଛନ୍ତି । ଏହି ସଂକ୍ରାନ୍ତରେ ଗତ ୧୮ ତାରିଖରେ ପିଡିତା ନିଜ ଭାଇଙ୍କ ସହାୟତାରେ କୁହୁଡି ଫାଣ୍ଡିରେ ଏତଲା ଦେଇଥିଲେ । ଏବେ ମହିଳା ଜଣକ ନିଜ ଭାଗ୍ୟକୁ ଆଦରି ବାପ ଘର ଟାଙ୍ଗୀ ଥାନା ଜୟ ମଙ୍ଗଳପୁର ଗ୍ରାମରେ ଥିବା ଜଣା ପଡିଛି । ଏନେଇ ଉକ୍ତ ଘଟଣାକୁ ପୋଲିସ ଗୁରୁତ୍ୱ ଦେଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.