ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ୍‌ କମିଶନର୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ବଦଳିଲେ ଟ୍ଵିନ୍‌ ସିଟି ପୋଲିସ୍‌ କମିଶନର୍‌ । ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନ ନେଲେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ବିଭିନ୍ନ ସମୟରେ ନିଜ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସିତ ହୋଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ବିଶେଷ କରି ରଥଯାତ୍ରା ସମୟରେ ଶୃଙ୍ଖଳାର ସହ ଦାୟିତ୍ୱ ତୁଲାଇଛନ୍ତି । ଏବେ ସେ କ୍ରାଇମ୍‌ ବ୍ରାଞ୍ଚ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଛି । ଅନ୍ୟପଟେ ସୁଧାଂଶୁ ଷଡ଼ଙ୍ଗୀ ତାଙ୍କର ପୂର୍ବ ଦାୟିତ୍ୱ ପୋଲିସ୍‌ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ।

ନୂଆ ଦାୟିତ୍ୱକୁ ସୁରୁଖୁରୁରେ ସମ୍ପାଦନ କରିବା ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ପୂର୍ବରୁ ସୌମେନ୍ଦ୍ର  କଟକ ଏସପି, କଟକ ଡିସିପି, ପୁରୀ ଏସପି ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ବି ଥିଲେ ସୌମେନ୍ଦ୍ର । ବର୍ତ୍ତମାନର ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି । ସେହିପରି ଏମ୍‌. ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.