ଦେଖନ୍ତୁ ଭିଡିଓ: ଜାହ୍ନବୀ କପୁରଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ ଫ୍ୟାନ୍, ହେଲେ ଫୋନ୍ ଛଡ଼ାଇ ନେଲେ ମ୍ୟାନେଜର
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ରୁହୀ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମ ପ୍ରମୋଶନ କରୁଥିବାର ନଜର ଆସୁଛନ୍ତି। ଜାହ୍ନବୀ ସହର ବାହାରେ ଯାଇ ଏଥର ଜନ୍ମଦିନ ପାଳିଥିଲେ। ପରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା। ଜାହ୍ନବୀଙ୍କର ବହୁତ ଭଲ ଫ୍ୟାନ୍ ଫଲୋଇଙ୍ଗ୍ ରହିଛି। ଲୋକେ ତାଙ୍କୁ ଖୁବ୍ ପସନ୍ଦ କରିଥାଆନ୍ତି।
ତେବେ ଜନ୍ମଦିନ ପାଳି ଫେରୁଥିବା ବେଳେ ଏୟାରପୋର୍ଟରେ ଏମିତି କିଛି ହୋଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଜାହ୍ନବୀ କପୁରଙ୍କ ମ୍ୟାନେଜର ଜଣେ ଫ୍ୟାନ୍ଙ୍କ ଉପରେ ଭୀଷଣ ରାଗି ଯାଉଛନ୍ତି।
ଭାଇରାଲ ଭିଡିଓରେ ଜାହ୍ନବୀ ଏୟାରପୋର୍ଟରୁ ବାହାରୁଥିବା ବେଳେ ତାଙ୍କ ଫ୍ୟାନ୍ମାନେ ତାଙ୍କ ସହିତ ଫଟୋ ଉଠାଉଥିବାର ନଜର ଆସୁଛନ୍ତି। ଏତିକି ବେଳେ ଜଣେ ଫ୍ୟାନ୍ ଜାହ୍ନବୀଙ୍କ ସହିତ ଫଟୋ ଉଠାଇବା ପାଇଁ ଆଗକୁ ବଢ଼ୁଛନ୍ତି, ତ ଏହି ସମୟରେ ତାଙ୍କ ମ୍ୟାନେଜର ଫ୍ୟାନ୍ଙ୍କ ହାତ ଧରି ତଳକୁ କରି ଦେଉଛନ୍ତି। ଏହା ଦେଖି ଜାହ୍ନବୀ ବହୁତ ଭଲ ଭାବେ ପରିସ୍ଥିତିକୁ ସମ୍ଭାଳି ନେଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେ କି, ଜାହ୍ନବୀ ସେହି ଫ୍ୟାନ୍ଙ୍କୁ ତାଙ୍କ ସହିତ ସେଲ୍ଫି ଉଠାଇବା ପାଇଁ ଅନୁମତି ଦେଉଛନ୍ତି। ତେବେ ଏହି ଭିଡିଓରେ ଜାହ୍ନବୀଙ୍କ ଲୁକ୍ ବହୁତ ସିମ୍ପଲ ରହିଛି ଏବଂ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।
View this post on Instagram