ହୋମଗାର୍ଡଙ୍କ ମନୋବଳ ବଢାଇଲେ ଦକ୍ଷିଣ ପଶ୍ଚିମାଳ ଡିଆଇଜି, ରାସ୍ତା ଉପରେ କାମ କରୁଥିବା ହୋମଗାର୍ଡଙ୍କୁ ଲୋକେ ମାନୁଛନ୍ତି କି ନାହିଁ ପଚାରି ବୁଝିଲେ

ଜୟପୁର(କେନ୍ୟୁଜ): ହୋମଗାର୍ଡ ଙ୍କ ମନୋବଳ ବଢାଇଲେ ଦକ୍ଷିଣ ପଶ୍ଚିମାଳ ଡିଆଇଜି। କିଛି ସମୟ ହୋମଗାର୍ଡ ଙ୍କ ସହ ଆଲୋଚନା କଲେ କେମିତି କାମ କରୁଛନ୍ତି କେତେ ସମୟ ଜଗୁଛନ୍ତି ଲୋକ କେତେ ମାନୁଛନ୍ତି । ଆଜି ଜୟପୁର ସହର ରେ ଲକଡାଉନ ପରିସ୍ଥିତି ଅନୁଧ୍ୟାନ କରିବା ବେଳେ ମୁଖ୍ୟ ରାସ୍ତାରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି । ଦକ୍ଷିଣ ପଶ୍ଚିମାଳ ଡିଆଇଜି ସଫିକ ଅହମ୍ମଦ ,ଏସ ପି ମୁକେଶ ଭାମୁକ ଓ ଅନ୍ୟ ଅଧିକାରୀ ସହରରେ ଲକଡାଉନ ପରିସ୍ଥିତି ଓ ଲୋକଙ୍କ ଚଳପ୍ରଚଳ ଅନୁଧ୍ୟାନ କରିଛନ୍ତି ।

DIG-2

ହେଲେ ବରିଷ୍ଠ ଅଧିକାରୀ ଙ୍କ ହୋମଗାର୍ଡ ମାନଙ୍କ ସହ ଏଭଳି ଆଲୋଚନା ନିଶ୍ଚିତ ସେମାନଙ୍କ ମନୋବଳକୁ ଦୃଢ କରିବା ସହ କାମ କରିବାକୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.