ପୁରୀ: ଦୁଇ ପୋଲିସ ଅଧିକାରୀଙ୍କ ଉପରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ, ସଦର ଥାନା SI ସସପେଣ୍ଡ ଓ କୃଷ୍ଣପ୍ରସାଦ ASI ଗିରଫ

ପୁରୀ(କେନ୍ୟୁଜ୍): ଦୁଇ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସଦର ଥାନା SI ଅତସୀ ଜେନା ସସପେଣ୍ଡ ହୋଇଛନ୍ତି  ଓ କୃଷ୍ଣପ୍ରସାଦ ASI ଗିରଫ ହୋଇଛନ୍ତି। ସଦର ଥାନା SI ଅତସୀ ଜେନା ଏକ ଜୁଆ ଆଡ୍ଡା ଉପରେ ଚଢାଉ  କରି ଟଙ୍କା ଜବତ କରିଥିଲେ  କିନ୍ତୁ IICଙ୍କୁ ଜଣାଇନଥିଲେ। ଏଥିପାଇଁ ତାଙ୍କୁ ପୁରୀ ଏସପି ସସପେଣ୍ଡ କରାଯାଇଥିବା କହିଛନ୍ତି  ପୁରୀ ଏସପି।

puri sp

ସେହିପରି କୃଷ୍ଣପ୍ରସାଦ ASI ଇଶ୍ବର ଚନ୍ଦ୍ର ଗୁମାନସିଂହ ଜଣେ  ଫୁଡ଼ ଭେଣ୍ଡରଙ୍କ ଠାରୁ  ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଲାଞ୍ଚନେବା ଘଟଣାର ତଦନ୍ତ ଭାର ନେଇଥିଲେ ଏସଡିପିଓ ।ତଦନ୍ତରୁ ସେ ଲାଞ୍ଚନେଇଥିବା ପ୍ରମାଣିତ ହେବା  ପରେ   କାର୍ଯ୍ୟାନୁଷ୍ଠାନ ସ୍ବାରୂପ ତାଙ୍କୁ  ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.