ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟକୁ ନେଇ ରାକ୍ଷୀ ତିଆରି କରିଛନ୍ତି ଉଦଳା ରାଢୋ ବିଦ୍ୟାଳୟ ଛାତ୍ରଛାତ୍ରୀ, ଦୀର୍ଘ ବର୍ଷ ଧରି ଚାଲି ଆସୁଛି ଏହି ପରମ୍ପରା

ଉଦଳା(କେନ୍ୟୁଜ୍) : ରାକ୍ଷୀ ବଜାର ଏବେ ସରଗରମ। ଦୋକାନରେ ମିଳୁଛି ଭଳିକି ଭଳି ଡିଜାଇନ୍‌ ଓ ରଙ୍ଗ ବେରଙ୍ଗ ରାକ୍ଷୀ। ତେବେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟକୁ ନେଇ ରାକ୍ଷୀ ଦେଖିଛନ୍ତି କି। ଏଭଳି ନିଆରା ରାକ୍ଷୀ ତିଆରି କରିଛନ୍ତି ଉଦଳା ରାଢୋ ବିଦ୍ୟାଳୟ ଛାତ୍ରଛାତ୍ରୀ। ସେମାନେ ବଜାରରୁ ରାକ୍ଷୀ ନକିଣି ଡାଲି, ଚାଉଳ, ବିରି, ଚୁଡା ଓ ମୁଗ ଆଦିକୁ ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି। ବିଦ୍ୟାଳୟରେ ଏହି ପରମ୍ପରା ଦୀର୍ଘ ବର୍ଷ ଧରି ଚାଲି ଆସୁଛି। ଏମିତି ରାକ୍ଷୀ ପ୍ରସ୍ତୁତି ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଥାଏ। ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କ ଏହି ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ସାଜିଛି ଅନନ୍ୟ ଉଦାହରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.