Below header

ବଲାଙ୍ଗିରରେ ବନ୍ୟା ସ୍ଥିତି ଗମ୍ଭୀର, ଲଗାଣ ବର୍ଷା ଯୋଗୁଁ ଘରେ ଘରେ ପାଣି

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବନ୍ୟା ସ୍ଥିତି ଗମ୍ଭୀର । ଲଗାଣ ବର୍ଷା ଯୋଗୁଁ ସହରରେ ଘରେ ଘରେ ପାଣି ପସିଛି । ବଲାଙ୍ଗିରକୁ ସଂଯୋଗ କରୁଥିବା ପାଟଣାଗଡ଼, ସୋନପୁର, ଟିଟିଲାଗଡ଼ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏହି ଜିଲ୍ଲା । ଜିଲ୍ଲାର ୩୮ଟି ଗାଁ ଓ ୫ଟି ପୌରାଞ୍ଚଳର ୧ ଲକ୍ଷ ୫୦ ହଜାର ଜଣ ପ୍ରଭାବିତ ହୋଇଛନ୍ତି । ୧୬ ହଜାର ୩୯୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୫୯ଟି ସ୍ଥାନରେ ରିଲିଫ କ୍ୟାମ୍ପ ଖୋଲାଯାଇଛି ।

banyaବଲାଙ୍ଗିର ସମେତ ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଓ କନ୍ଧମାଳ ବନ୍ୟାରେ ପ୍ରଭାବିତ ହୋଇଛି । ଏହି ୭ଟି ଜିଲ୍ଲାର ୧୯ଟି ବ୍ଲକର ୧୩୪ଟି ଗାଁର ୨ ଲକ୍ଷ ୫ ହଜାର ୫୫୦ ଜଣ ପ୍ରଭାବିତ ହୋଇଛନ୍ତି । ୧୦୯ ଟି ଘର ଭାଙ୍ଗିଛି । ୪୧ ହଜାର ୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏସବୁ ଜିଲ୍ଲାର ୧୧୫ଟି ସ୍ଥାନରେ ମାଗଣ ରନ୍ଧାଖାଦ୍ୟ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.