Below header

ଗୋଷ୍ଠୀ ସଂଘର୍ଷ ପରେ ଝାରପଡା ଜେଲରେ ରେଡ୍ , ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍‌ର ଛାନଭିନ୍‌

ଗ୍ୟାଙ୍ଗ ୱାର ପରେ ଝାରପଡା ଜେଲରେ ରେଡ୍ । ଭୁବନେଶ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ରେଡ୍ କରାଯାଉଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ରେଡ୍ ଚାଲିଛି । ଜେଲର ପ୍ରତ୍ୟେକ ସେଲରେ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଛାନବିନ୍ କରିଛି ପୋଲିସ୍ । ଜେଲ ଅଧୀକ୍ଷକ, ଜେଲର ଓ ୱାର୍ଡରଙ୍କୁ ପଚରାଉଚରା କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ଗ୍ୟାଙ୍ଗୱାର ପରେ ଝାରପଡା ଜେଲରେ ରେଡ୍ । ଭୁବନେଶ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସକାଳୁ ସକାଳୁ ରେଡ୍ ହୋଇଛି । ଜେଲର ପ୍ରତି ସେଲରେ ଖୋଳତାଡ କରିଛି ସ୍ବତନ୍ତ୍ର ଟିମ୍ । ଜେଲ ଅଧୀକ୍ଷକ, ଜେଲର ଓ ୱାର୍ଡରଙ୍କୁ ପଚରାଉଚରା କରାଯାଇଛି ।

ଡିସିପିଙ୍କ ନେତୃତ୍ୱରେ ଚଢ଼ାଉରେ ୨ ଜଣ ଅତିରିକ୍ତି ଡିସିପି, ୫ ଜଣ ଏସିପି, ଆଇଆଇସି, ୧୧ ଜଣ ଇନସପେକ୍ଟରଙ୍କ ସହିତ ୪ ପ୍ଲାଟୁନ ଫୋର୍ସ ସାମିଲ ଥିଲେ। ରେଡ ବେଳେ ଗଞ୍ଜେଇ, ଗୁଟଖା, ଖଇନି , ବିଡି ଜବତ ହୋଇଛି । ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିଲା । ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା । ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ। ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.