ଆଜି ସକାଳ ୧୦ ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ୍‌ । ଆଜି ସକାଳ ୧୦ଟାରୁ ଭୁବନେଶ୍ୱରରୁ ଛାଡିଛି ସ୍ୱତନ୍ତ୍ର ଟ୍ରେନ୍‌ ସେବା । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍‌ରେ ଯିବାକୁ ଥିବା ଯାତ୍ରୀମାନେ ୯୦ ମିନିଟ୍‌ ପୂର୍ବରୁ ଷ୍ଟେସନ୍‌ରେ ପହଞ୍ଚିଥିଲେ । ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପଶିବାକୁ ଅନୁମତି ଦିଆଯାଇଛି । ସେମାନଙ୍କର ଇ-ଟିକେଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ସେମାନେ କ୍ୱାରେଣ୍ଟାଇନ୍‌ ଓ ସାମାଜିକ ଦୂରତା ନିୟମ ମାନ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ପୁରା ଯାତ୍ରା ସମୟ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରଯାଇଛି । ସ୍ପେଶାଲ ଟ୍ରେନରେ ୯୧୬ ଯାତ୍ରୀ ଯାଇଥିବା ଜଣାଯାଇଛି ।

ବଗିରେ ପ୍ରବେଶ ବେଳେ ଯାତ୍ରୀଙ୍କୁ ସାନିଟାଇଜ୍‌ କରାଯାଇଥିବା ବେଳେ ପ୍ରସ୍ଥାନ ପରେ ମଧ୍ୟ ଯାତ୍ରୀଙ୍କୁ ସାନିଟାଇଜ କରାଯିବ । ଖାଦ୍ୟ ଓ ପାନୀୟ ସାଙ୍ଗରେ ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତାକାଲି ଟ୍ରେନ୍‌ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସିବ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ନିଜ ଫୋନରେ ଡାଉନ ଲୋଡ଼ କରିବାକୁ ବାଧ୍ୟତା ମୂଳକ କରାଯାଇଛି । କରୋନା ଭାଇରସକୁ ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ ଦେଶବ୍ୟାପୀ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଦେଶର କିଛି ମୁଖ୍ୟ ସହରରୁ ଟ୍ରେନ ଚଳାଚଳ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.