ଯାଜପୁରର ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ଭିତିଭୂମି ଯାଞ୍ଚ କଲେ ଜିଲ୍ଲାପାଳ, ପଚାରି ବୁଝିଲେ ବିଭିନ୍ନ ସୁବିଧା ଓ ଅସୁବିଧା

ଯାଜପୁର ଟାଉନ: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ସେହି କ୍ୟାମ୍ପ ଗୁଡିକର ଭିତିଭୂମି ଯାଂଚ କରିବା ପାଇଁ ଆଜି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବରୀ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ।

jajpurଏହି ଗସ୍ତରେ ଯାଜପୁର ଏବଂ ବରୀ ବ୍ଲକର ବିଭିନ୍ନ ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ପରିସ୍କାର ପରିଚ୍ଛନ ଏବଂ ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅସ୍ଥାୟୀ କେନ୍ଦ୍ରରେ ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ ମଧ୍ୟ ପଚାରିବୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.