ମହିଳାଙ୍କୁ ସ୍ଵାବଲମ୍ୱୀ କରିବାକୁ ରାଜପ୍ରାସାଦରେ ଦିଆଯାଉଛି ସ୍ଵତନ୍ତ୍ର ତାଲିମ

ମୟୁରଭଞ୍ଜ ରାଜ ପରିବାରର ଅଭିନବ ପ୍ରୟାସ । ମହିଳାଙ୍କୁ ସ୍ଵାବଲମ୍ୱୀ କରିବାକୁ ରାଜପ୍ରାସାଦରେ ଦିଆଯାଉଛି ସ୍ଵତନ୍ତ୍ର ତାଲିମ । ମୟୁରଭଞ୍ଜ ଫାଉଣ୍ଡେସନ ଅଧିନରେ ଚିଜ୍ ପ୍ରସ୍ତୁତ ନେଇ ଆୟୋଜିତ ହୋଇଛି ୩ ଦିନିଆ ତାଲିମ ଶିବିର ।

ବାରିପଦା(କେନ୍ୟୁଜ): ମୟୁରଭଞ୍ଜ ରାଜ ପରିବାରର ଅଭିନବ ପ୍ରୟାସ । ମହିଳାଙ୍କୁ ସ୍ଵାବଲମ୍ୱୀ କରିବାକୁ ରାଜପ୍ରାସାଦରେ ଦିଆଯାଉଛି ସ୍ଵତନ୍ତ୍ର ତାଲିମ । ମୟୁରଭଞ୍ଜ ଫାଉଣ୍ଡେସନ ଅଧିନରେ ଚିଜ୍ ପ୍ରସ୍ତୁତ ନେଇ ଆୟୋଜିତ ହୋଇଛି ୩ ଦିନିଆ ତାଲିମ ଶିବିର । ତାଲିମ ଦେଇଛନ୍ତି ଚେନ୍ନାଇର ସ୍ଵତନ୍ତ୍ର ଚିଜ୍ ମେକର ନମ୍ରତା । ଦୁଗ୍ଧରୁ ଚିଜ୍ ବନାଇ କିଭଳି ଅଧିକ ଲାଭବାନ ହେବେ ସେ ନେଇ ରଖାଯାଇଛି ଲକ୍ଷ ।

ବେଲଗଡିଆ ପ୍ୟାଲେସ୍ । ଟିକେ ଅଧେ ନାଆ ତ ସମସ୍ତଙ୍କୁ ଜଣା । ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଏକ ଜଣା ଶୁଣା ନାଆଟିଏ । ମୟୁରଭଞ୍ଜ ରାଜ ପ୍ରାସଦ ହେଉଛି ଏହି ବେଲଗଡିଆ ପ୍ୟାଲେସ୍ ।ରାଜତନ୍ତ୍ର ସମୟରେ ପ୍ରଜାବତ୍ସଳ ରାଜା ଭାବେ ମୟୂରଭଞ୍ଜ ମହାରାଜା ମାନଙ୍କ ସୁଖ୍ୟାତି ଚିସ୍ମରଣୀୟ । ରାଜତନ୍ତ୍ର ନାହିଁ ସତ ହେଲେ ପ୍ରଜାାଙ୍କ ଚିନ୍ତାକୁ ଭୁଲିପାରିନାହାନ୍ତି ଏହି ଭଞ୍ଜ ବଂଶୀୟ ରାଜ ପରିବାର । ଆଜି ମଧ୍ୟ ପ୍ରଜାଙ୍କ ସେବାରେ ଏହି ରାଜ ପରିବାର । ଏଥିପାଇଁ ଗଠିତ ହୋଇଛି ମୟୁରଭଞ୍ଜ ଫାଉଣ୍ଡେସନ ନାମରେ ସଂସ୍ଥା ।

ଯାହାକୁ ନିଜେ ତଦାରଖ କରିଥାନ୍ତି ମୟୁରଭଞ୍ଜ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ । କିଭଳି ଅଞ୍ଚଳବାସୀ ସ୍ଵାବଲମ୍ୱୀ ହେବେ ସେ ନେଇ କାର୍ଯ୍ୟ କରିଥାଏ ଏହି ମୟୁରଭଞ୍ଜ ଫାଉଣ୍ଡେସନ । ଜିଲ୍ଲାର ସବାଇକ୍ରାଫ୍ଟ ହେଉ କିମ୍ୱା ଡୋକରା ସେ ସବୁକୁ ବିଶ୍ଵ ଦରବାରରେ ପହଁଚାଇବାକୁ କରିଥାନ୍ତି ପ୍ରୟାସ । ଅଧିକରୁ ଅଧିକ କିଭଳି ଲାଭବାନ ହେବେ ସେ ନେଇ ବିଭିନ୍ନ ସମୟରେ କରିଥାନ୍ତି ସ୍ଵତନ୍ତ୍ର ବ୍ୟବସ୍ଥା । ଆଉ ଏବେ କ୍ଷୀରରୁ କିଭଳି ସହଜ ଉପାୟରେ ଚିଜ୍ ପ୍ରସ୍ତୁତ କରାଯାଇ ଲାଭବାନ ହୋଇହେବ ସେ ନେଇ ନେଇଛନ୍ତି ପଦକ୍ଷେପ।  ପ୍ରଥମ ପର୍ଯ୍ୟାୟରେ ୩ ଟି ପଞ୍ଚାୟତର ୩୦ ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି । ଚିଜ୍ ଉପାଦନ ସମେତ ବଜାର ଦାଇତ୍ଵ ମଧ୍ୟ ନେଇଛି ମୟୁରଭଞ୍ଜ ଫାଉଣ୍ଡେସନ । ଏଥିପାଇଁ ଚେନ୍ନାଇର ପ୍ରଫେସନାଲ ଚିଜ୍ ମେକର ଓଡ଼ିଆ ଝିଅ ନମ୍ରତା କରୁଛନ୍ତି ତାଲିମ ପ୍ରଦାନ ।

କ୍ଷୀରରୁ ସମସ୍ତ ସାମଗ୍ରୀ ବନେଇବା ସହଜ ମାତ୍ର ଚିଜ୍ ବନେଇବା ପାଇଁ ରହିଛି ସ୍ଵତନ୍ତ୍ର ପ୍ରଣାଳୀ । ଯାହାକି ଆଜିକା ଦିନରେ ମଧ୍ୟ ସମସ୍ତଙ୍କୁ ଅଜଣା । କ୍ଷୀରରୁ ପ୍ରସ୍ତୁତ ଚିଜ୍ ଏଭଳି ଏକ ସାାମଗ୍ରୀ ଯାହାକୁ ଦୀର୍ଘଦିନ ଧରି ସାଇତି ରଖାଯାଇ ପାରିବ ଆଉ ଅଧିକ ଲାଭ ମିଳିପାରିବ । ୩ ପ୍ରକାରର ଚିଜ୍ ପ୍ରସ୍ତୁତି ପାଇଁ ଦିଆଯାଉଛି ତାଲିମ୍ । ଏଭଳି ତାଲିମ୍ ପାଇ ମହିଳା ମାନେ ମଧ୍ୟ ବେସ୍ ଉତ୍ସାହିତ । ଗଣତନ୍ତ୍ର ସମୟରେ ମଧ୍ୟ ଜିଲ୍ଲାବସୀଙ୍କ ପାଇଁ ରାଜପରିବାର ଏଭଳି ପ୍ରୟାସ ନିଶ୍ଚିତ ଭାବେ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.