ଆସୁଛି ମଧ୍ୟମ ଧରଣର ବନ୍ୟା, ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC

କେନ୍ୟୁଜ୍(ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ୍‌ ସ୍ଥିତି । ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର । ୩୪ଟି ଗେଟ୍‌ ଖୋଲିବା ପରେ ଭୀଷଣ ରୂପ ଧାରଣ କରିଛି ମହାନଦୀ । ମଧ୍ୟମ ଧରଣର ବନ୍ୟା ଆସୁଛି । ନଦୀର ତଳମୁଣ୍ଡରେ ବଢୁଛି ଜଳସ୍ତର । କାଲି ସନ୍ଧ୍ୟାରେ ମୁଣ୍ଡୁଳୀଠାରେ ସର୍ବାଧିକ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି ପ୍ରବାହିତ ହେବ । ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହେବ ।

ମହାନଦୀ ଅବବାହିକାର ସବୁ ଜିଲ୍ଲାପାଳଙ୍କ ସହ ମୁକାବିଲା ନେଇ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଉତ୍ତର ଓଡ଼ିଶାରେ ବିତ୍ପାଦ ଆଣିଛି ବର୍ଷା । ବିପଦ ସଙ୍କେତ ଟପିଛି ଜଳକା । କ୍ରମାଗତ ବଢୁଛି ଜଳସ୍ତର । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଫୁଲିଥିଲେ ବି ବନ୍ୟା ଆଶଙ୍କା ନାହିଁ । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ପାର କରିଛି । ମହାନଦୀକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.