Below header

ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ୧୨ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମିଗଜୋମ ବାତ୍ୟା ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରଭାବିତ ହୋଇଛି ଫସଲ। ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ।

ମିଗଜୋମ ବାତ୍ୟା ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରଭାବିତ ହୋଇଛି ଫସଲ। ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ। ଉଭୟ କୃଷି ବିଭାଗ ଅଧିକାରୀ ଏବଂ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟୱାରୀ ତଦନ୍ତ ପରେ ରିପୋର୍ଟ ଦେବେ।

ପ୍ରତି ଗାଁ ଗାଁ, ପଞ୍ଚାୟତରୁ ଆସିଥିବା ତଥ୍ୟର ପୁନଃ ତଦନ୍ତକରି ଉଭୟ ବିଭାଗର ଉପରିସ୍ଥ ଅଧିକାରିମାନେ ଜିଲ୍ଲପାଳ ମାନଙ୍କୁ ରିପୋର୍ଟ ଦେବେ। ଆଗାମୀ ୨ରୁ ୩ତିନି ଦିନ ମଧ୍ୟରେ ଜିଲ୍ଲାପାଳମାନେ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ଏସଆରସି।

ବାତ୍ୟା ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିଲା ବର୍ଷା। ଏଥିରେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି। ଗତକାଲି ରାତି ଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ବି ବର୍ଷା ହେଇଛି। ଅଦିନିଆ ବର୍ଷାର ଅଧିକ ପ୍ରଭାବ ଚାଷ ଉପରେ ପଡ଼ିଛି। ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ ପରେ ସହାୟତା ରାଶି ପ୍ରଦାନ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.