କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ନୌସୈନିକଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସୈନିକଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ସରକାର ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି।

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସୈନିକଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ସରକାର ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଏଥିସହିତ ଆବେଦନ ପରେ ଏ ପର୍ଯ୍ୟନ୍ତ କୋର୍ଟରେ ଦୁଇ ଥର ଶୁଣାଣି ହୋଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି ଯେ କତାରରେ ୮ ଜଣ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁଦଣ୍ଡାଦେଶ ମାମଲାରେ ଆମର ଆବେଦନ ଉପରେ ଦୁଇ ଥର ଶୁଣାଣି ହୋଇଛି। ଆମେ ମାମଲା ଉପରେ ନଜର ରଖି ସମସ୍ତ ଆଇନଗତ ସହାୟତା ପ୍ରଦାନ କରୁଛୁ। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ୩ ତାରିଖରେ ୮ ଜଣଙ୍କୁ ଭେଟିବା ପାଇଁ କନସୁଲାର ଆକ୍‌ସେସ୍‌ ମିଳିଛି। ଏହା ଏକ ସମ୍ବେଦନଶୀଳ ମାମଲା, କିନ୍ତୁ ଆମେ ଯାହା କରିପାରିବୁ, ତାହା କରିବୁ।

ବାଗ୍‌ଚି କହିଥିଲେ କି, ଦୁବାଇରେ ଆୟୋଜିତ COP28 ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାର ଶାସକ ଶେଖ ତମିମ ବିନ ହମଦ ଅଲ-ଥାନିଙ୍କୁ ଭେଟିଥିଲେ। ଏଥିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ କତାରରେ ରହୁଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ଶେଖ ତମିମଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ତାହା ବାଗ୍‌ଚି କହି ନାହାନ୍ତି। କୁହାଯାଉଛି ଯେ ପିଏମ୍‌ ମୋଦି କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସୈନିକଙ୍କ ପ୍ରସଙ୍ଗ ତମିମଙ୍କ ସାମ୍ନାରେ ଉଠାଇଥିଲେ।

କହି ରଖୁଛୁ, ଗତ ବର୍ଷ ଅଗଷ୍ଟରେ କତାରର ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଏହି ଭାରତୀୟ ଅଧିକାରୀମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଜେଲ ପଠାଇ ଦେଇଥିଲେ। ସେହି ଦିନଠାରୁ ଭାରତ ସରକାର ସେମାନଙ୍କୁ କୂଟନୈତିକ ସୁବିଧା ପ୍ରଦାନ କରି ଆସୁଛନ୍ତି। ସୂଚନାଥାଉ କି, କତାର କୋର୍ଟ ଅକ୍ଟୋବର ୨୬ରେ ଭାରତୀୟ ନୌସେନା ଅଧିକାରୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.