ଆସୁଛି ବାତ୍ୟା ସଜାଗ ରୁହ ଓ ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ SRC ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ମୁକାବିଲା ପାଇଁ ପ୍ରସ୍ତୁତ ରୁହ । ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଯାଜପୁର,ଢେଙ୍କାନାଳ,ଗଜପତି,କଟକ, ଭଦ୍ରକ,ବାଲେଶ୍ୱର,ଗଞ୍ଜାମ,ନୟାଗଡ଼,କେନ୍ଦ୍ରାପଡ଼ା,ପୁରୀ,ଖୋର୍ଦ୍ଧା,ଜଗତସିଂହପୁର,ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହପ୍ରସ୍ତୁତି ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ତଳି ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଶ୍ରୟସ୍ଥଳ ପରିଚାଳନା ଟିମ୍‌ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଓ ରିଲିଫ ଉପଲବଧି ବାବଦରେ ସଜାଗ ରହିବା, ମାଇକ୍‌ ଯୋଗେ ଲୋକଙ୍କୁ ଆଗୁଆ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁକାବିଲା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶନ ବାହିନୀକୁ ସଜାଗ ରଖାଯାଇଛି ।

ପ୍ରାୟ ୧୦୮ ଓଡ୍ରାଫ, ୨୦୦ ଅଗ୍ନିଶନ ବାହିନୀ ଟିମକୁ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ । ପାଚିଲା ଫସଲ, ପରିବପତ୍ର ଅମଳ କରି ନିରାପଦ ସ୍ଥାନକୁ ନେବାକୁ ଚାଷୀଙ୍କୁ ଦିଆଯାଇଛି ପରାମର୍ଶ । ୮ ସୂତ୍ରୀ ଚେକ୍‌ ଲିଷ୍ଟ ପ୍ରସ୍ତୁତ ରହିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.