ଡିସେମ୍ବର ମାସର ପୂଜାପାର୍ବଣ : ଜାଣନ୍ତୁ କ’ଣ ବ୍ରତ ଓ ଶୁଭ ସମୟ ରହିଛି ଏହି ମାସରେ

ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗରେ ଏହା ମାର୍ଗଶୀର ମାସ ଚାଲିଛି । ଏହା ୧୯ ଡିସେମ୍ବର ଯାଏ ଚାଲିବ । ଏହି ମାସରେ ଶ୍ରୀକୃଷ୍ଣ, ଭଗବାନ ଦତ୍ରାତ୍ରେୟ, ସତ୍ୟନାରାୟଣ ଦେବଙ୍କ ପୂଜା,ପିତୃଦେବଙ୍କ ପୂଜା ଓ ଭୈରବ ପୂଜା ଆଦି କରାଯାଏ ।

ଆସନ୍ତୁ ଜାଣିବା ଡିସେମ୍ବର ୨୦୨୧ରେ କ’ଣ ବ୍ରତ ଓ ଶୁଭ ମୁହୂର୍ତ୍ତ ସବୁ ପଡ଼ୁଛି ।

୦୨ ଡିସେମ୍ବର ୨୦୨୧, ମାସିକ ଗୁରୁବାର, ପ୍ରଦୋଷ ବ୍ରତ(କୃଷ୍ଣ) : ପ୍ରଦୋଷ ବ୍ରତ ଭଗବାନ ଶିବଙ୍କୁ ସମର୍ପିତ । ଏହି ବ୍ରତ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ କରାଯାଏ । ଏହି ଦିନ ମାସିକ ଶିବ ବ୍ରତ ମଧ୍ୟ ପଡ଼ୁଛି । ଏହା ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ମନାଯାଏ । ଏହା କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ।

୦୪ ଡିସେମ୍ବର ୨୦୨୧,ଶନିବାର,ମାର୍ଗଶୀର ଅମାବାସ୍ୟା : ଏହି ଦିନ ଅମାବାସ୍ୟା ସହ ସୂର୍ଯ୍ୟ ଗ୍ରହଣ ବି ପଡୁଛି । ଏହା ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ।

୦୭ ଡିସେମ୍ବର ୨୦୨୧,ମଙ୍ଗଳବାର, ବିନାୟକ ଚତୁର୍ଥୀ ବ୍ରତ :  ବିନାୟକ ଚତୁର୍ଥୀ ପର୍ବ ପ୍ରତି ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଆସିଥାଏ । ଏହି ଦିନ ଭଗବାନ ଶ୍ରୀ ଗଣେଶଜୀଙ୍କ ପୂଜା ଉପାସନା କରାଯାଏ ।

୦୮ ଡିସେମ୍ବର ୨୦୨୧, ବୁଧବାର,ବିବାହ ପଞ୍ଚମୀ :  ଧାର୍ମିକ ଗ୍ରନ୍ଥ ଅନୁସାରେ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଦିନ ଭଗବାନ ଶ୍ରୀରାମଚନ୍ଦ୍ର ଓ ମା’ସୀତା ଦେବୀଙ୍କର ବିବାହ ହୋଇଥିଲା । ଏମିତି ପ୍ରତିବର୍ଷ ମାର୍ଗଶୀର ମାସ ଶୁକ୍ଳ ପ୍‌କ୍ଷ ୫ମୀକୁ ବିବାହ ପଞ୍ଚମୀ ମନାଯାଏ

୧୦ ଡିସେମ୍ବର ୨୦୨୧, ଶୁକ୍ରବାର ନନ୍ଦା ସପ୍ତମୀ :  ମାର୍ଗଶୀର ମାସ ଶୁକ୍ଳ ପକ୍ଷ ସପ୍ତମୀ କୁ ନନ୍ଦା ସପ୍ତମୀ ପର୍ବ ମନାଯାଏ ।

୧୧ ଡିସେମ୍ବର ୨୦୨୧, ଶନିବାର, ମାସିକ ଦୁର୍ଗାଷ୍ଟମୀ : ଶୁକ୍ଳ ପକ୍ଷ ଅଷ୍ଟମୀକୁ ଦୁର୍ଗାଷ୍ଟମୀ ବ୍ରତ କରାଯାଏ । ଏଥିରେ ଦେବୀ ମା’ ଦୁର୍ଗାଙ୍କର ପୂଜା କରାଯାଇଥାଏ ।

୧୪ ଡିସେମ୍ବର : ମୋକ୍ଷଦା ଏକାଦଶୀ

୧୬ ଡିସେମ୍ବର : ଧନୁ ସଂକ୍ରାନ୍ତି

୧୯ ଡିସେମ୍ବର : ମାର୍ଗଶୀର ପୂର୍ଣ୍ଣିମା

୨୨ ଡିସେମ୍ବର : ଗଣେଶ ଚତୁର୍ଥୀ ବ୍ରତ

୨୭ ଡିସେମ୍ବର : ରୁକ୍ମଣୀ ଅଷ୍ଟମୀ

୩୦ ଡିସେମ୍ବର : ସଫଳା ଏକାଦଶୀ ବ୍ରତ

୩୧ ଡିସେମ୍ବର : ସ୍ୱରୂପ ଦ୍ୱାଦଶୀ, ପ୍ରଦୋଷ ବ୍ରତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.