ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ : SRC

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସ୍‌ ପାଇଁ ଓଡିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ ଦେଇଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ମୁକାବିଲା ପାଇଁ ୨୨ଟି NDRF, ୫୦ରୁ ଅଧିକ ଓଡ୍ରାଫ୍‌ ଓ ୧୫୦ ଫାୟାର ଟିମ୍‌ ମୁତୟନ ଅଛନ୍ତି।

ଆଜି ସନ୍ଧ୍ୟା ସୁଦ୍ଧା ଅତିରିକ୍ତ ୩୦ଟି NDRF ଟିମ୍‌ ଆସି ପହଞ୍ଚିବେ। ୩୫ଟି କଟର ଟିମ୍‌ ନିୟୋଜିତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୩୦ଟି ଟିମ୍‌ ଗଠନ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ଇଂଞ୍ଜିନିୟରିଂ ଟିମ ଗଠନ କରାଯାଇଛି। ସେମାନେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ଆସନ୍ତାକାଲି ୨ଟାରୁ ୩ଟା ଭିତରେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବା ପାଇଁ ଅନୁରୋଧ କରାଯାଇଛି। ୩ରୁ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.