Below header

ଶେଷରେ ଜିତିଲା ନବଜାତକ, ମାସେ କାଳ ସଂଘର୍ଷ ପରେ କରୋନାକୁ ହରାଇଲା ସବୁଠୁ କମ୍ ବୟସର ଶିଶୁ

ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକେ କରୋନା କବ୍ଜାକୁ ଆସୁଛନ୍ତି। ସେହିପରି ହଜାର ହଜାର ଲୋକଙ୍କ ଜୀବନ ବି ଯାଉଛି। ଇତିମଧ୍ୟରେ ଏକ ସବୁଠୁ କମ୍ ବୟସର ଶିଶୁ ୧ ମାସର ଚିକିତ୍ସା ପରେ କରୋନାକୁ ମାତ୍ ଦେଇଛି।

ରିପୋର୍ଟ ମୁତାବକ, ଶିଶୁଟି ଜନ୍ମ ବେଳେ ତାର ମା’ ଗମ୍ଭୀର ଭାବେ କରୋନା ସଂକ୍ରମିତ ଥିଲେ। ତାଙ୍କୁ ମେକାନିକାଲ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଫଳରେ ସମୟର ୨୮ ସପ୍ତାହ ପୂର୍ବରୁ ଶିଶୁର ଜନ୍ମ ହୋଇଥିଲା।

କୁହାଯାଉଛି ଯେ ଜନ୍ମ ବେଳେ ପିଲାର ଓଜନ ମାତ୍ର ୧୦୦୦ଗ୍ରାମ ବା ୧ କେଜି ଥିଲା। ଜନ୍ମ ବେଳେ ଶିଶୁର କୋଭିଡ଼ ରିପୋର୍ଟ ନେଗେଟିଭ ଥିଲା। କିନ୍ତୁ ତାର ଅକ୍ସିଜେନ କମ୍ ଥିଲା। ଏଣୁ ତାର ପୁନଃ ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ସେତେବେଳେ ଶିଶୁଟିର ଓଜନ କମି ୯୨୦ ଗ୍ରାମ ହୋଇଯାଇଥିଲା। ପରେ ପିଲାକୁ କିମ୍ସ ହସ୍ପିଟାଲର କୋଭିଡ ୱାର୍ଡର ଆଇସିୟୁରେ ରଖାଯାଇଥିଲା। ମାସେ ପରେ ଏବେ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି। ଏବେ ଶିଶୁଟି ସବୁଠୁ କମ୍ ବୟସ୍କ କୋଭିଡ ସର୍ଭାଇଭର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.