Below header

୪୮ ଘଣ୍ଟା ଭିତରେ ଡକାଡକି ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦଙ୍କ ପତ୍ନୀ ବିୟୋଗ

ସ୍ୱାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ। ମାତ୍ର ୨ ଦିନ ତଳେ କରୋନାରେ ଆଖି ବୁଜିଥିବା ଶ୍ରୀମନ୍ଦିରର ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପରିବାର ତରଫରୁ ମିଳିଥିବା ସୂଚନା ମୁତାବକ ବିନୋଦିନୀ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

prema

ରବିବାର ଦିନ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ବିନୋଦିନୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ଦୁଇ ଦିନ ହେଲା ସେ ଭଲ ଭାବେ ଖିଆପିଆ ବି କରିନଥିଲେ। ତେବେ ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ଘଟିଛି। ମାତ୍ର ଦୁଇ ଦିନ ଭିତରେ ପରିବାରର ଦୁଇ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହରାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୪୦୦ରୁ ଊର୍ଦ୍ଧ୍ୱ ଶ୍ରୀମନ୍ଦିର ସେବାୟତ କରୋନା ସଂକ୍ରମିତ ହୋଇ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେହିପରି ପ୍ରାୟ ୯ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.