କୋଭିଡ ସଂକ୍ରମଣରୁ ସୁରକ୍ଷା ପାଇଁ ଆଇପିଏଲରେ ଲାଗୁ ହୋଇଛି “ବାୟୋ ବବଲ” ବ୍ୟବସ୍ଥା, ପ୍ରୋଟୋକଲ ଭାଙ୍ଗିଲେ ମିଳିବ କଠିନ ଦଣ୍ଡ

ସେପ୍ଟେମ୍ବର ୧୯ ତାରିଖ ଠାରୁ ୟୁଏଇ ଠାରେ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ । କରୋନା ସଂକ୍ରମଣ କାରଣରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହାକୁ ଭାରତ ବାହାରେ ଆୟୋଜନ କରାଯାଇଛି । କରୋନା ମହାମାରୀ କାରଣରୁ ଏଥିରେ ଭାଗ ନେଉଥିବା ସମସ୍ତ ଦଳର ଖେଳାଳି, ସପୋର୍ଟ ଷ୍ଟାଫ, କୋଚ, ମ୍ୟାଚ ଅଫିସିଆଲଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାୟୋ ସ୍କୋୟାର ବା ବାୟୋ ବବଲ ବ୍ୟବସ୍ଥା ଲାଗୁ କରାଯାଇଛି । କହିରଖିବା ଉଚିତ ହେବକି, କିଛି ଦିନ ତଳେ ଇଂଲଣ୍ଡରେ ଆୟୋଜିତ ହୋଇଥିବା ସିରିଜ ମ୍ୟାଚ ସମୟରେ ମଧ୍ୟ କରୋନା ସଂକ୍ରମଣ କାରଣରୁ ଏହି ଵାୟୋ ବବଲର ବ୍ୟବସ୍ଥା କରାଯାଇଥିଲା ।

bio bubble

ତେବେ ପ୍ରଥମେ ଜାଣିବା ଏହି ବାୟୋ ବବଲ କଣ?

ପ୍ରକୃତରେ ଏହି ବବଲ ପରିସର ମଧ୍ୟରେ ରହିଲେ ବାହ୍ୟ ବାତାବରଣ ସହ ଆଦୌ ସମ୍ପର୍କ ରୁହେ ନାହିଁ ।  ଖେଳାଳି ତଥା ଷ୍ଟାଫ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସେମାନଙ୍କୁ ଏହି ସ୍ୱତନ୍ତ୍ର ବବଲ ତାଲିକା ଭୁକ୍ତ କରାଇ ଦିଆଯିବ । ଥରେ ଏଥିରେ ନାଁ ପ୍ରବେଶ ପରେ ଆଉ କାହାକୁ ମଧ୍ୟ ଏମିତିକି କରୋନା ଟେଷ୍ଟ କରୁଥିବା ମେଡିକାଲ ଷ୍ଟାଫ ମାନଙ୍କୁ ବି  ବବଲ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସହ ଭେଟିବା ପାଇଁ ଅନୁମତି ମିଳିବ ନାହିଁ । ଯେଉଁମାନଙ୍କର କରୋନା ଟେଷ୍ଟ ହୋଇସାରିଥିବ ଓ ସେମାନେ ସଂକ୍ରମିତ ନୁହନ୍ତି ବୋଲି ଜଣାଯାଇଥିବେ ସେମାନଙ୍କୁ ହିଁ କେବଳ ଏହା ମଧ୍ୟକୁ ପ୍ରବେଶର ଅନୁମତି ମିଳିବ ।

କିପରି ନିର୍ମିତ ହୋଇଛି ଏହି ବବଲ:

ବବଲରେ ସାମିଲ ହୋଇଥିବା ଖେଳାଳିଙ୍କୁ କେବଳ ମାତ୍ର ମୈଦାନ ଓ ହୋଟେଲରେ ପ୍ରବେଶ ପାଇଁ ଅନୁମତି ରହିଛି । ବବଲ ପରିସରରେ ଆସୁଥିବା ବ୍ୟକ୍ତିମାନଙ୍କୁ ହିଁ ଭେଟିବାକୁ ଅନୁମତି ମିଳିବ । ଏମିତିକି ଟୁର୍ଣାମେଣ୍ଟ ଶେଷ ପରେ ବାହାରର କୌଣସି ବ୍ୟକ୍ତିଙ୍କ ସହ ଦେଖା କରିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ଜାରି ତଥ୍ୟ ଅନୁଯାୟୀ, ବାୟୋ ବବଲ ନିୟମ ଭଙ୍ଗ କଲେ ଆଇପିଏଲ “କୋଡ଼ ଅଫ କଣ୍ଡକ୍ଟ” ଭାଙ୍ଗିଥିବା ନେଇ ଦୋଷୀ ସାବ୍ୟସ୍ତ କରାଯିବ । ଏମିତିକି କିଛି ମ୍ୟାଚ ଖେଳିବା ନେଇ ପ୍ରତିବନ୍ଧକ ମଧ୍ୟ ଲଗାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.