୧୫ ବର୍ଷ ପୂରଣ କରିଥିବା ସବୁ ଗାଡ଼ିକୁ ସ୍କ୍ରାପିଂ କରାଯିବା ନିଷ୍ପତ୍ତିକୁ ରାଜ୍ୟ ବସ ମାଲିକ ସଙ୍ଘର ବିରୋଧ:ପରିବହନ କମିଶନରଙ୍କ ଅଫିସ ସମ୍ମୁଖରେ ଦେଲେ ଧାରଣା

କଟକ(କେନ୍ୟୁଜ୍): ଧାରଣାରେ ରାଜ୍ୟ ବସ ମାଲିକ ସଙ୍ଘ । ୮ ଦଫା ଦାବିରେ କଟକ ପରିବହନ କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛି ସଂଘ । ରାଜ୍ୟ ସରକାର ନୂଆ ସ୍କ୍ରାପିଂ ପଲିସି ଅନୁସାରେ ୧୫ ବର୍ଷ ପୂରଣ କରିଥିବା ସବୁ ଗାଡ଼ିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡ଼ିବ । ଏହାକୁ ବିରୋଧ କରିଛି ବସ୍‌ ମାଲିକ ସଂଘ । ସେହିପରି ଦିନ ସମୟରେ ସ୍ଲିପର କୋଚ୍‌ ବସ ଚଳାଇବାକୁ ଅନୁମତି ଦେବାକୁ ଦାବି କରିଛି ସଂଘ । ଗାଡି ବିକ୍ରି ସମୟରେ ବସ ପରମିଟର ମାଲିକାନା ସ୍ୱତ୍ୱ, ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି ।

ସେହିପରି ଗତ ନିର୍ବାଚନ ସମୟରେ ନିୟୋଜିତ ଥିବା ଗାଡି ବାବଦରେ ମାଲିକମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଦାବି କରିଛି ସଙ୍ଘ । ମୋ ବସ ଗୁଡିକର ରୁଟ କୁ କେବଳ ସହରାଞ୍ଚଳ ଭିତରେ ସୀମିତ ରଖିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଦାବିଗୁଡିକ ପୂରଣ ନ ହେଲେ ଆସନ୍ତା ୭ ତାରିଖ ଦିନ ସଧାରଣ ପରିଷଦ ବୈଠକରେ ଚରମ ନିଷ୍ପତ୍ତି ନିଆଯିବ ବୋଲି ସଂଘ କହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.