Below header

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ଅନୁମୋଦନ, ନଜର ପକାନ୍ତୁ କେଉଁ କ୍ଷେତ୍ରର ହେବ ବିକାଶ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ କ୍ୟାବିନେଟରେ ଆଜି ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୪ଟି ଜିଲ୍ଲାରେ ୧୧ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୯୫କୋଟି ୪୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ବରଗଡ଼ ଜିଲ୍ଲାର ୩ଟି, ଖୋର୍ଦ୍ଧା ଜିଲ୍ଲାର ୫ଟି ଓ କଳାହାଣ୍ଡି ଜିଲ୍ଲାର ୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର ମିଳିଛି। ଏହାସହ କୋଭିଡ ପାଇଁ ମାର୍ଚ୍ଚ ୨୦୨୦ରୁ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଏସଡିସି ଓ ଏସଡିଇସିର ଭଡ଼ାକୁ ଛାଡ଼ କରିଛନ୍ତି ସରକାର। ସେହିପରି ଓଡିଶା ଗ୍ରୁପ୍‌-ବି, ସି, ଏବଂ ଡି ପୋଷ୍ଟଗୁଡିକ ପାଇଁ ନିୟମ (ରଦ୍ଦ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା) ୨୦୨୨, ନିଯୁକ୍ତି ବିଭାଗରେ ଓଡିଶା ମୁଖ୍ୟଙ୍କ ସଂଶୋଧନ ଏବଂ ଜୁନିଅର ଆସିଷ୍ଟାଣ୍ଟ, ASO, SOs ନିୟମ-୨୦୧୯ ସେବାର ସର୍ତ୍ତକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.