ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମ୍ମୁଖ୍ୟ, ASP ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର ( କେନ୍ଯୁଜ୍): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମ୍ମୁଖ୍ୟ। ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଦୁର୍ନୀତି ଅଭିଯୋଗରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏ ପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି।

ତ୍ରିନାଥ ମିଶ୍ରଙ୍କ ପାଖରୁ ପ୍ରାୟ ୧୧ କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା। ଯାହା କି ତାଙ୍କ ଆୟର ୫୦୦ ପ୍ରତିଶତରୁ ଅଧିକ। ତ୍ରିନାଥ ମିଶ୍ରଙ୍କ ଫ୍ଲାଟ ସାଙ୍ଗକୁ ଭୁବନେଶ୍ୱର ଓ ବଡ଼ଚଣାରେ ୩ ପ୍ଲଟ ରହିଛି । ମନୋରମା ଇଷ୍ଟେଟ୍‌ରେ ଥିବା 3 BHK ଫ୍ଲାଟର ମୂଲ୍ୟ ୮୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଓ ଯାଜପୁରରେ ୪ଟି ପ୍ଲଟ ଠାବ ହୋଇଛି । ବିଭିନ୍ନ ବ୍ୟାଙ୍କରେ ଅଛି ୪୩ ଲକ୍ଷ ୩୨ହଜାରରୁ ଅଧିକ ଟଙ୍କାର ଫିକ୍ସଡ୍‌ ଡିପୋଡିଟ । ୪୪ ଲକ୍ଷ ଟଙ୍କାର ବୀମା ରହିଛି ।

ନଗଦ ୫ ଲକ୍ଷ ୨୭ ହଜାର ଟଙ୍କା ଓ ୧୬ ଲକ୍ଷ ୮୫ ହଜାର ଟଙ୍କାର ସୁନା ଜବତ ହୋଇଛି । BMW ସହ ଆହୁରି ୪ଟି ଦାମୀ ଗାଡ଼ି ବ୍ୟବହାର କରୁଥିଲେ ଏଏସ୍‌ପି ତ୍ରିନାଥ ମିଶ୍ର । BMW କାରର ଦାମ ୧କୋଟି ୧୧ ଲକ୍ଷ । କ୍ରେଟା କାରର ଦାମ ୧୭ ଲକ୍ଷ ଟଙ୍କା । ଗୋଟିଏ ବାଇକର ଦାମ ୨୦ ଲକ୍ଷ । ଅନ୍ୟ ଗୋଟିଏ ସ୍ପିଡ୍‌ ବାଇକ ଦାମ ୫ ଲକ୍ଷ ୩୦ ହଜାର ଟଙ୍କା । ଦେଢ଼ ଲକ୍ଷ ଟଙ୍କାର ବିଦେଶୀ କୁକୁର ପାଳିଛନ୍ତି ତ୍ରିନାଥ ମିଶ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍‌ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.