Below header

ଜିରୋ ଟଲରେନ୍ସରେ ନାହିଁ ମାଫ୍, ଆୟୂଷ ନିର୍ଦ୍ଦେଶକଙ୍କୁ ଆଗ ନିଲମ୍ବିତ ପରେ ବାଧ୍ୟତାମୂଳକ ଅବସର

କେନ୍ୟୁଜ୍(ବ୍ୟୁରୋ):  ପୂର୍ବରୁ ହୋଇଥିଲେ ନିଲମ୍ବିତ ଏବେ ପାଇଲେ  ବାଧ୍ୟତାମୂଳକ ଅବସର। ଆମେ କହୁଛି ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କ କଥା, ଯିଏ ଜୁଲାଇ ୯ ତାରିଖରେ  ଯୁବତୀ ସହକର୍ମୀଙ୍କୁ ଅଶ୍ଳୀଳ ମେସଜ ଓ ଯୌନ ନିର୍ଯାତନାର  ଦେଉଥିବାର ଅଭିଯୋଗରେ ଗିରଫ ହୋଇଥିଲେ। ଏହା ପରେ ଅଧିକାରୀ ଜଣଙ୍କୁ ସରକାର ନିଲମ୍ବିତ କରିଥିଲେ। ଆଜି ତାଙ୍କ ଉପରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ସ୍ବାରୂପ ବାଧ୍ୟତାମୂଳକ ଅବସର  ଦେବାର ଘୋଷଣା କରିଛନ୍ତି   ରାଜ୍ୟ ସରକାର।

ବିଭୁପ୍ରସାଦ ତାଙ୍କ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଷଡ଼ଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରାଯାଇ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ଏହାପରେ ଆଜି ରାଜ୍ୟ ସରକାର ତାଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ଲାଗି ଘୋଷଣା କରିଛନ୍ତି।

କହିରଖୁଛୁ ଯେ ପ୍ରଥମେ ଆୟୁଷ ନିର୍ଦ୍ଦେଶାଳୟରେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ବୀକାର କରି ବିଭୁପ୍ରସାଦ ଷଡ଼ଙ୍ଗୀ ପାଲଟା ଅଭିଯୋଗ ମଧ୍ୟ କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଅଧିକାରୀଙ୍କୁ କମିସନରେଟ୍‌ ପୁଲିସ ହାଜର ହେବା ଲାଗି ନୋଟିସ୍‌ କରିଥିଲା। ହେଲେ ସେ ହାଜର ହେଉ ନ ଥିଲେ।  ଅଭିଯୁକ୍ତ ଅଧିକାରୀ ବିଭୁ ପ୍ରସ‌ାଦ ଷଢ଼ଙ୍ଗୀ ହାଜର  ହେବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରି ନେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.