ସାମ୍ନାକୁ ଆସିଲା ରିୟାଙ୍କ ଟ୍ରାଭେଲ ଡିଟେଲ୍ସ, ବର୍ଷେ ଭିତରେ ୧୬ ଥର ବୁଲିଛନ୍ତି ଦେଶ-ବିଦେଶ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ପରେ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା ହୋଇଛି। ଏବେ ଏହିି କେସ୍‌ରେ ଯାଞ୍ଚ ବେଳେ ରିୟାଙ୍କ ଟ୍ରାଭେଲ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଜଣାଯାଇଛି ଯେ ରିୟା ୭ ମାସ ମଧ୍ୟରେ ଅନେକ ବିଦେଶ ଯାତ୍ରା କରିଛନ୍ତି। ସେହିପରି ଗୋଟିଏ ବର୍ଷରେ ସେ ମୋଟ ୧୬ ଥର ଦେଶ ବିଦେଶ ଯାତ୍ରା କରିଛନ୍ତି।

ରିପୋର୍ଟ ମୁତାବକ ରିୟା ଗୋଟିଏ ମାସରେ ୭ ଥର ବିଦେଶ ଯାତ୍ରା କରିଛନ୍ତି। ଏହା ବ୍ୟତୀତ ସେ ମହାରାଷ୍ଟ୍ର, ଗୋଆ ଆଦି ଅନେକ ରାଜ୍ୟ ମଧ୍ୟ ଯାତ୍ରା କରିଛନ୍ତି। ମୋଟ ଉପରେ କହିବାକୁ ଗଲେ ରିୟା ୧୬ ଥର ଯାତ୍ରା କରିଛନ୍ତି। ଏଥିରେ ଉଭୟ ଡୋମେଷ୍ଟିକ୍‌ ଓ ଇଣ୍ଟରନ୍ୟାସନାଲ ଟ୍ରିପ୍‌ ରହିଛି।

sushant rajput

୨୦୧୯ରେ ଏସବୁ ଦେଶ ବିଦେଶ ବୁଲିଛନ୍ତି ରିୟା:

  • ୧୦ରୁ ୧୧ ଅଗଷ୍ଟ ୨୦୧୯ ରିଆ ମୁମ୍ବାଇରୁ ଗୋଆ ଟ୍ରାଭେଲ କରିଥିଲେ।
  • ୨୫ରୁ ୨୬ ଅଗଷ୍ଟ ୨୦୧୯ରେ ବି ମୁମ୍ବାଇରୁ ଗୋଆ ଟ୍ରିପ୍‌।
  • ୨୧ରୁ ୨୪ ସେପ୍ଟେମ୍ବର ୨୦୧୯ ମୁମ୍ବାଇରୁ ଗୋଆ।
  • ୨୯ ସେପ୍ଟେମ୍ବରରେ ରିଆଙ୍କୁ ଦିଲ୍ଲୀର ଟାଓ୍ଵାର ଲୋକେସନ୍‌ରେ ଟ୍ରାକ୍‌ କରାଯାଇଛି।
  • ଦିଲ୍ଲୀ ପରେ ଭାଇ ସୌଭିକ ଓ ସୁଶାନ୍ତଙ୍କ ସହ ୟୁରୋପ ଟ୍ରିପ୍‌।
  • ୩ରୁ ୯ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ରିଆ ସୁଶାନ୍ତ ଓ ସୌଭିକଙ୍କ ସହ ଫ୍ରାନ୍ସରେ ରହିଥିଲେ।
  • ୯ ଅକ୍ଟୋବରରେ ଫ୍ରାନ୍ସରୁ ସ୍ୱିଜରଲାଣ୍ଡ ଯାଇଥିଲେ।
  • ୧୧ ଅକ୍ଟୋବର ୨୦୧୯ରେ ରିୟା ସୁଶାନ୍ତ ଓ ସୌଭିକଙ୍କ ସହ ଫ୍ରାନ୍ସ ଫେରିଥିଲେ।
  • ୧୨ ଅକ୍ଟୋବରରେ ଫ୍ରାନ୍ସରୁ ସ୍ୱିଜରଲାଣ୍ଡ ଆସିଥିଲେ।

sushant-9

ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ତାଙ୍କ ଖର୍ଚ୍ଚ ଅଧିକ ବଢ଼ିଯାଇଥିଲା। ଏଥିପାଇଁ ସେ ଚିନ୍ତିତ ଥିଲେ ବୋଲି ସୁଶାନ୍ତଙ୍କ ପରିବାର ଓ ମ୍ୟାନେଜର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.