ବନ୍ଦ ହୋଇଥିବା ସବୁ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସାଳୟକୁ ପୁଣି ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ବନ୍ଦ ହୋଇଥିବା କୋଭିଡ୍‌ ଚିକିତ୍ସାଳୟକୁ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ । ରାଜ୍ୟର ସବୁ ସରକାରୀ ଓ ଘରୋଇ କୋଭିଡ୍‌ ଚିକିତ୍ସାକେନ୍ଦ୍ର ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍‌ ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଖୋଲିବ କୋଭିଡ୍‌ କେନ୍ଦ୍ର । ଆବଶ୍ୟକ ହେଲେ ୫୦ ଶଯ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ବେଡର ୨୦ ପ୍ରତିଶତ ଆଇସିୟୁ ବେଡ୍‌ ରଖିବାକୁ ନିର୍ଦ୍ଦେଶ ରହିଛି । ଅତିକମରେ ଅଧା ଆଇସିୟୁ ଶଯ୍ୟାରେ ରଖାଯିବ ଭେଣ୍ଟିଲେଟର ସୁବିଧା । ଶତାଧିକ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ଜରୀ, ଡାଏଲେସିସ୍‌ ଭଳି ଚିକିତ୍ସା ସୁବିଧା ଉପଲବ୍ଧ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.