Below header

ଟିକା ଉତ୍ସବକୁ ଫିକା କରିଦେଉଛି ଟିକାର ଅଭାବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୁଣି ଥରେ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଟିକାର ଅଭାବ । ଫଳରେ ଟିକାଦାନ ଉତ୍ସବକୁ ଠିକ ଭାବରେ ପାଳନ କରିବା ସମ୍ଭବ ହେଉ ନାହିଁ । ୭୦୦ ଟିକାଦାନ କେନ୍ଦ୍ର ବନ୍ଦ ରହିଛି । ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବରେ କୋଭିଡ୍‌ ଟିକା ଯୋଗାଣ ଯୋଗୁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି । ୧୦ ଦିନ ପାଇଁ ୨୫ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ତୁରନ୍ତ ଯୋଗାଇ ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଲେଖିଛନ୍ତି, ବର୍ତ୍ତମାନ ରାଜ୍ୟରେ ଯେତିକି ଟିକା ଅଛି ଦିନକରେ ଶେଷ ହୋଇଯିବ । ଏବେ ଦୈନିକ ୩ ଲକ୍ଷ ଟିକାକରଣ କ୍ଷମତା ଥିବା ବେଳେ ଏହା ଲକ୍ଷେକୁ ଖସି ଆସିଛି । ଟିକା ଅଭାବ ଯୋଗୁ ଆଗୁଆ ଟିକାଦାନ କେନ୍ଦ୍ର ଖୋଲିବା ଓ ଲୋକଙ୍କୁ ସୂଚନା ଦେବା ସମ୍ଭବ ହେଉ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ନବ ଦାସ ।

ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶରେ ଟିକାର ଅଭାବ ନାହିଁ। କେବଳ ଗୁଜବ ସୃଷ୍ଟି କରାଯାଉଛି। ହେଲେ ଯେତିକି ଟିକା ଲାଗିବା ପାଇଁ ଆବଶ୍ୟକତା ରହିଛି ସେତିକି ଟିକା ଉତ୍ପାଦନ ହେଉ ନାହିଁ। ସଠିକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.