ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କଲେ ରାଜ୍ୟ ସରକାର

ଭୁବନେଶ୍ୱର(କେ ନ୍ୟୁଜ):  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ କରିବାକୁ ଦାବି କଲେ ରାଜ୍ୟ ସରକାରଙ୍କ ଦାବି। କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖି ଦାବି କରିଥିବା କହିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଓଡ଼ିଶାର ଚାଷୀ ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ିର ଶିକାର ହେଉଛନ୍ତି। ସେଥିପାଇଁ ଚାଷୀଙ୍କ ଆୟକୁ ୨ ଗୁଣା କରିବାର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ହଜାର ୯୩୦ଟଙ୍କାକୁ କରିବାକୁ ଦାବି ହୋଇଛି।

ନିକଟରେ ଧାନର କ୍ୱିଣ୍ଟାଲ ପିଛା MSP ୧୯୪୦କୁ ବୃଦ୍ଧି କରିଛି କେନ୍ଦ୍ର୍‌ । ଗତବର୍ଷ ଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି ରାଜ୍ୟର ଚାଷୀ ମାନଙ୍କ ହିଚରେ ସାହାଯ୍ୟ କରିବ ନାହିଁ। ଧାନର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ୟ କ୍ଷେତ୍ରରେ ହେଉଥିବା ଆୟ ବୃଦ୍ଧିକୁ ସମତାଳ ଦେଇ କୃଷକମାନଙ୍କ ଆୟ ବୃଦ୍ଧି ହେବା ଆବଶ୍ୟକ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.