ଦୁନିଆର ଟପ ଡ୍ରାଇଭିଙ୍ଗ ରେଞ୍ଜ ଦେଉଥିବା କାର, ସିଙ୍ଗଲ ଚାର୍ଜରେ ଯାଏ ଅଧିକ କିଲୋମିଟର

Tesla  ପକ୍ଷରୁ ନୂଆ ଇଲେକଟ୍ରିକ କାର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଗତବର୍ଷ ଡିସେମ୍ବରରେ କେନ୍ଦମନ୍ତ୍ରୀ ନିତୀନ ଗଡ଼କରୀ ଏହି ଗାଡିର ବଜାର ପ୍ରବେଶକୁ ନେଇ ମୋହର ଲଗାଇଥିଲେ । ତେଣୁ ଏ ବର୍ଷ ଭାରତୀୟ ବଜାରରେ Tesla କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ବିକ୍ରି ହେବାକୁ ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ ସେହି ଗାଡି ସମ୍ପର୍କରେ କହିବାକୁ ଯାଉଛୁ ଯିଏ ସାରା ଦୁନିଆରେ ଟପ ଡ୍ରାଇଭିଙ୍ଗ ରେଞ୍ଜ ଦେଇଥାଏ । ସାରା ଦୁନିଆରେ ଏମିତି ଟପ ୩ ଗାଡି ରହିଛି ଯାହା ଖୁବ କମ ସମୟରେ ବେଶି କିମି ଯାଏ ।

Tesla Model 3:

ଏହି କମ୍ପାନୀ କିଛି ବର୍ଷ ପୂର୍ବରୁ ଗ୍ଲୋବାଲ ମାର୍କେଟରେ ନିଜର ନୂଆ ମଡେଲ ଲଞ୍ଚ କରିଥିଲା । ଏଥିରେ 250 kW  କ୍ଷମତା ପାୱାର ଆଉଟପୁଟ ରହିବା ସହ ଏହା ୩.୧ ସେକେଣ୍ଡରେ ୧୦୦ କିଲିମିଟର ପ୍ରତିଘଣ୍ଟାକୁ ଯାଏ । ଫୁଲ ଚାର୍ଜ ପରେ ଏହା ୫୬୮ କିମିର ଡ୍ରାଇଭିଙ୍ଗ ରେଞ୍ଚ ଦିଏ ।

Tesla Model X:

ପକ୍ଷରୁ ୧୭ ଇଞ୍ଚର ସିନେମୋଟିକ ଡିସପ୍ଲେ ସହ ଥ୍ରୀ-ଜୋନ କ୍ଲାଇମେଟ କଣ୍ଟ୍ରୋଲ ଏବଂ ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟସ୍ ଦିଆଯାଇଛି । ଏହା ୨.୫ ସେକେଣ୍ଡରେ ୧୦୦ କିଲୋମିଟର ପ୍ରତିଘଣ୍ଟାକୁ ସ୍ପିଡ ଧରିଥାଏ । ଏହି ଇଲେକଟ୍ରିକ ଏସୟୁଭି ଫୁଲ ଚାର୍ଜ ପରେ ୫୨୭ କିମି ପର୍ଯ୍ୟନ୍ତ ଯାଏ ।

Tesla Model S Plaid:

ଏହି କମ୍ପାନୀର ଗାଡିରେ ୨ ଟି ଭାରିଏଣ୍ଟସ ରହିଛି । ଏହାର S ପରଫର୍ମ ମଡେଲ ସିଙ୍ଗଲ ଚାର୍ଜରେ ୫୨୪ କିମି ଯାଇଥାଏ । S Plaid  ଦୁନିଆର ସବୁଠୁ ଫାଷ୍ଟ ଏକ୍ଲରେସନ ଗାଡି ଯାହା ୧.୯୯ ସେକେଣ୍ଡରେ ୧୦୦ କିମି ଯାଏ । ଏହାର ଟପ ସ୍ପିଡ ୩୨୧ କିମି ପ୍ରତିଘଣ୍ଟାକୁ ଏବଂ ଫୁଲ ଚାର୍ଜ ପରେ ଏହା ୬୨୭ କିମି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.