Below header

ବାମ କଡ଼ ମାଡ଼ି ଶୋଇବା ସ୍ୱାସ୍ଥ୍ୟ ପାଇଁ ଜରୁରୀ, ଏହା କେବଳ କବ୍ଜ ସମସ୍ୟାକୁ ଦୂର କରି ନ ଥାଏ, ବରଂ ଛାତି ଜ୍ବଳନକୁ କମ କରିବା ସହ ମିଳିଥାଏ ଏତେ ସାରା ଫାଇଦା

ରାତିରେ ଗଭୀର ନିଦରେ ଶୋଉଥିବା ଲୋକ ଦିନସାରା ତାଜାପଣ ଅନୁଭବ କରିଥାନ୍ତି। କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି, ଶୋଇବା ସମୟରେ ଆପଣଙ୍କ ସ୍ଥିତି? ଶୋଇବା ସମୟରେ ଆପଣଙ୍କ ଦିଗ କ’ଣ ରହିବା ଉଚିତ ଏବଂ ଆପଣ କେଉଁ କଡ଼ ମାଡ଼ି ଶୋଇବା ଉଚିତ, ତାହା ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ।

ଶରୀରକୁ ଅପରିଷ୍କାର ପଦାର୍ଥ ବାହାର କରିବାରେ ସବୁଠାରୁ ଅଧିକ କାମ କିଡନୀର ହୋଇଥାଏ। ଶୋଇବା ସମୟରେ ଏହା ଉପରେ ଅଧିକ ପ୍ରେସର ଦେବା ଆଦୌ ଉଚିତ ନୁହେଁ। ଏହି ପୋଜିସନରେ ଶୋଇଲେ ପେଟରେ ଯେଉଁ ଏସିଡ ରହିଥାଏ, ତାହା ଉପର ବଦଳରେ ତଳ ଆଡ଼କୁ ହିଁ ଯାଇଥାଏ, ଯଦ୍ଦ୍ୱାରା ଏସିଡିଟି ଓ ଛାତି ଜ୍ବଳନ ହୋଇ ନ ଥାଏ। ବାମ କଡ଼ ମାଡ଼ି ଶୋଇଲେ ଏହି ଦୁଇଟି ଯାକ ହିଁ ନିଜ କାମ ଠିକ ପ୍ରକାରର କରିଥାନ୍ତି।

ସେହିପରି ବାମ କଡ଼ ମାଡ଼ି ଶୋଇଲେ ଶରୀରର ବିଭିନ୍ନ ଅଙ୍ଗ ଓ ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ସଞ୍ଚାଳନ ଏବଂ ଅକ୍ସିଜେନ ପ୍ରବାହ ଠିକ ଭାବେ ହୋଇଥାଏ। ଏହାଦ୍ୱାରା ସମସ୍ତ ଅଙ୍ଗ ସୁସ୍ଥ ରହିଥାଏ।

ଯଦି ଆପଣଙ୍କୁ କବ୍ଜ ସମସ୍ୟା ଅଛି, ତ ବାମ କଡ଼ ମାଡ଼ି ଶୋଇଲେ ଏଥିରୁ ନିସ୍ତାର ମିଳିଥାଏ। ଏହି ପୋଜିସନରେ ଶୋଇଲେ ଭୋଜନ ଭଲ ଭାବେ ହଜମ ହୋଇଥାଏ ଏବଂ ପାଚନ ତନ୍ତ୍ରରେ ଅତିରିକ୍ତ ଚାପ ପଡ଼ି ନ ଥାଏ। ବାମ କଡ଼ ମାଡ଼ି ଶୋଇଲେ ଶରୀରରେ ଜମା ହୋଇଥିବା ଟକ୍ସିନ lymphatic system ମାଧ୍ୟମରେ ବାହାରି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.