ପୁଣି ଝଲସିବ ପ୍ରଦର୍ଶନୀ ପଡିଆ, ୨୩ରୁ ଆରମ୍ଭ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଚଳିତମାସ ୨୩ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ସାଜସଜା କାମରେ ଲାଗିଛନ୍ତି କାରିଗର ଓ ଚିତ୍ରକର ।

ଦେଖିବାକୁ ମିଳିବନି ପୂର୍ବଭଳି ଆଦିବାସୀଙ୍କ ପାରମ୍ପରିକ ଗୃହ। କିଣା ବିକା ପାଇଁ ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ। ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ।

ଚଳିତ ବର୍ଷ ୧୦୦ଟି ଷ୍ଟଲ ପଡିବ। ୮୦ଟି ଷ୍ଟଲରେ ଦେଖିବାକୁ ମିଳିବ ଆଦିବାସୀ ସଂସ୍କୃତିର ଝଲକ। ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ଆଦିବାସୀ କଳାକାର ପାରମ୍ପରିକ କଳା ପ୍ରଦର୍ଶନ କରିବେ। ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ। ଚଳିତବର୍ଷ ମେଳାରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମିଳିବନି। ଏହି ଆଦିବାସୀ ମେଳା ଅପରାହ୍ନ ୩ଟା ୩୦ରୁ ରାତି ୯ଟା ୩୦ ଯାଏ ଖୋଲା ରହିବ । ୧୦ଦିନିଆ ମେଳାରେ ପୂର୍ବଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.