କେଜିଏଫ୍‌ ୨ କ୍ରେଜ୍‌ ! ହଲ୍‌ରେ ସ୍କ୍ରିନ୍‌କୁ ଚାନ୍ଦି କଏନ୍‌ ଫିଙ୍ଗିଲେ ଲୋକେ; ଦେଖନ୍ତୁ ଭିଡିଓ

ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ବ୍ଲକ୍‌ ବଷ୍ଟର ଫିଲ୍ମ ‘କେଜିଏଫ୍‌ ୨’ ବକ୍ସ ଅଫିସରେ ମୋଟା ଅଙ୍କର ରୋଜଗାର କରି ନୂଆ ଇତିହାସ ରଚିଛି। ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମ ହିଟ୍‌ ହେବା ସହ ଏହାର ପ୍ରତ୍ୟେକ ତାରକା ଲାଇମ୍‌ଲାଇଟ୍‌କୁ ଆସିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ କେଜିଏଫ୍‌ ୨ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ରବୀନାଙ୍କୁ ତାଙ୍କ ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ରବୀନା ମଧ୍ୟ ଫିଲ୍ମର ସଫଳତା ପରେ ବକ୍ସ ଅଫିସର କଲେକ୍ସନ୍‌ରେ ଖୁସି ଅଛନ୍ତି। ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ଥିଏଟରରେ କେଜିଏଫ୍‌ ୨ର ସ୍କ୍ରିନିଂ ବେଳେ ଚାନ୍ଦିର କଏନ୍‌ ଫିଙ୍ଗୁଛନ୍ତି। ଥିଏଟରରେ ଚାଲିଥିବା ଏହି ଫିଲ୍ମର ଶେଷ ଦୃଶ୍ୟ ଯେତେବେଳେ କେଜିଏଫ୍‌ ୩ ର ଘୋଷଣା କରାଯାଇଥିଲା, ସେତେବେଳେ ଲୋକେ ଉତ୍ସାହିତ ହୋଇ କଏନ୍‌ ଫିଙ୍ଗିଛନ୍ତି। ଏ ଅବସରରେ ଲୋକମାନେ ଜୋର୍‌ରେ ଚିଲ୍ଲାଉଥିବା ଦେଖାଯାଇଛି।


ଏହି ଭିଡିଓରେ ରବୀନା ଟଣ୍ଡନ୍‌ କେଜିଏଫ୍‌ ୨ର ଶେଷ ଦିନର ସୁଟିଂର ମୁମେଣ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସହ ସେ ଏକ କ୍ୟାପ୍‌ସନ୍‌ ଲେଖିଛନ୍ତି- ଦୀର୍ଘ ଦିନ ପରେ ସ୍କ୍ରିନ୍‌ରେ କଏନ୍‌ ଉଡ଼ୁଥିବାର ଦେଖିଲି। କେଜିଏଫ୍‌ ୨ ଯେବେଠୁ ରିଲିଜ୍‌ ହୋଇଛି, ସେବେଠାରୁ ସିନେମା ହଲ୍‌ରେ ଧୁମ୍‌ ମଚିଛି। ରୋଜଗାର ମାମଲାରେ ଏହା ବଲିଉଡ୍‌ର ବଡ଼ ବଡ଼ ଫିଲ୍ମକୁ ବି ପଛରେ ପକାଇ ଦେଇଛି। କେଜିଏଫ୍‌ର ନନ୍‌ଷ୍ଟପ୍‌ ରୋଜଗାର ଆଗକୁ ବି ଜାରି ରହିବ।

ୟଶ୍‌ଙ୍କ ଏହି ଫିଲ୍ମରେ ରବୀନା ଟଣ୍ଡନ୍‌ ରାମିକା ସେନ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

Also Read: କ୍ରିକେଟ୍‌ ଦୁନିଆରେ ଶୋକ, ବାଂଲାଦେଶର ପୂର୍ବ ସ୍ପିନର ମୁଶାରଫ ହୁସେନ୍‌ଙ୍କର ୪୦ ବର୍ଷ ବୟସରେ ପରଲୋକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.