ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼, ୧୪୪ ଧାରା ଲାଗୁ

ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା। ଏଥିରେ ଅତିରିକ୍ତ ଏସପି ତପନ ମହାନ୍ତି, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଓ ଟାଉନଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ପଥର ମାଡ଼ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା। ଏଥିରେ ଅତିରିକ୍ତ ଏସପି ତପନ ମହାନ୍ତି, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଓ ଟାଉନଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।

ମୋତିଝରଣ ଓ ଜିଲ୍ଲା ସ୍କୁଲ ଛକରେ ମଧ୍ୟ ପଥର ମାଡ଼ ହେବାରୁ ପୋଲିସ ପକ୍ଷରୁ ସ୍ଥିତି ନିୟତ୍ରଣ ପାଇଁ ଲାଠି ଚାଳନା କରାଯାଇଥିବା ଜଣାପଡ଼ିଛି। ଆହତ ପୋଲିସ କର୍ମଚାରୀ ଓ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ସଦସ୍ୟଙ୍କୁ ସଦର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମୋତିଝରଣ ସମେତ ବିଭିନ୍ନ ପ୍ରମୁଖ ଛକରେ ୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ମୋତିଝରଣ ଅଞ୍ଚଳରେ ବହୁ ସଂଖ୍ୟାରେ ଯାନବାହାନ ଭଙ୍ଗାଯାଇଥିବା ସୂଚନା ମିଳିଛି।

ଶାନ୍ତି ଭଙ୍ଗ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ସଦର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଟାଉନ ଥାନା ଅଞ୍ଚଳ, ଧନୁପାଲି ଥାନା, ଖେତରାଜପୁର ଥାନା, ଅଇଁଠାପାଲି ଥାନା, ବରେହି ପାଲି ଓ ସଦର ଥାନା ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା। ସଂଧ୍ୟା ୭ଟା ପରଠାରୁ ୪୮ ଘଣ୍ଟା ପାଇଁ କଟକଣା ଜାରି ହୋଇଛି। କୌଣସି ସ୍ଥାନରେ ୨ଜଣରୁ ଅଧିକ ବ୍ୟକ୍ତି ଜମା ହେବା ଉପରେ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.