Below header

ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ଫାଟିଲା ମୁଣ୍ଡ, ମେଡିକାଲରେ ଭର୍ତ୍ତି

ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି।

ଉଦଳା (କେନ୍ୟୁଜ): ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି। ତାଙ୍କୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି ।

ସୂଚନା ଅନୁସାରେ ଶନିବାର ଭୋର ୫ଟା ସମୟରେ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ବେଆଇନ ପଥର କାରବାର ଖବର ପାଇ ବଡପଥରା ଯୁବ ରାଜସ୍ବ ନୀରିକ୍ଷକ ଦୟାନିଧି ରାଉତ ଘଟଣାସ୍ଥଳକୁ ଯାଇଥିଲେ । ତେବେ ସପଞ୍ଚୁଆ ଫରେଷ୍ଟ ବିଟ ନିକଟ ରାସ୍ତାରେ ତାଙ୍କୁ ଜଣେ ପଥର ମାଫିଆ ଆକ୍ରମଣ କରିଥିଲେ । ମାଡ ମାରି ତାଙ୍କ ମୁଣ୍ଡ ଫଠାଇଦେଇଥିଲେ । ଖବରପାଇ ଖୁଣ୍ଟା ତହସିଲଦାର ଅଙ୍କୁର ଅଭିଳାଷ ପହଞ୍ଚି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ବେଆଇନ ପଥର କାରବାର ପାଇଁ ଏହି ଅଞ୍ଚଳର ୬ଟି ପଞ୍ଚାୟତର ପଥର ଖାଦାନ ମାନଙ୍କରେ ଜୁଲାଇ ୧୭ତାରିଖରେ ୧୪୪ଧାରା ଜାରି ହୋଇଥିଲା । ଏହି ସୁଯୋଗରେ ନେଇ ମାଫିଆ ମାନେ ୧୪୪ ଜାରିହେବା ଭିତରେ ଦୁଇଥର ପଥର ବ୍ଲାଷ୍ଟିଂ କରିଥିଲେ। ପରଦିନ ତସହିଲ ପକ୍ଷରୁ ସୁବର୍ଣ୍ଣମଞ୍ଜରୀ ନାମକ ଅଞ୍ଚଳର ନିଷିଦ୍ଧ ଖଦାନ ନିକଟରୁ ରାଜସ୍ବ ବିଭାଗ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର କମ୍ପ୍ରେସର ଓ ହିଟାଚି ମେସିନ ଦୁଇଟି ଜବତ କରିଥିଲେ । ପୁନର୍ବାର ପଥର କାରବାର ହେଉଥିବା ଖବର ପାଇ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.