ଜେଜେବାପାଙ୍କ ପରେ ବାପା ଆଉ ଏବେ ମୁଁ କରୁଛି ତାପରେ ମୋ ପୁଅ

ଜୟପୁର (କେନ୍ୟୁଜ) : ଜଗତର ନାଥ ଜଗନ୍ନାଥ। ତାଙ୍କ ପାଇଁ ବାରମାସରେ ତେର ପର୍ବ ପାଳିତ ହୁଏ। ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଏ। ଏହିଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ତିନିଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। କିନ୍ତୁ ଏମିତି ଜଣେ ସେବାୟତ ଚିତ୍ରକାର ଅଛନ୍ତି ଯିଏ ରାଜା ଅମଳରୁ ମହାପ୍ରଭୁଙ୍କ ସେବା କରିଆସୁଛନ୍ତି।

ଆମେ ଆପଣଙ୍କୁ ଯାହାଙ୍କ ବିଷୟରେ କହୁଛୁ ଜୟପୁରର ସେବାୟତ ଚିତ୍ରକାର ମନୋହର ମହାପାତ୍ର । ୧୯୭୪ ମସିହାରୁ ଜେଜୋବାପା ତାପରେ ବାପା ଆଉ ଏବେ ସେ କରିଆସୁଛନ୍ତି। ସ୍ନାନ ପୂର୍ଣ୍ଣିମା ଠୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଅଭିଷାର୍ଣ ଖାଇ ଜଗନ୍ନାଥଙ୍କ ସେବା କରନ୍ତି ମନୋହର। ଆଉ ଭାଗ୍ୟରେ ଥିଲେ ଏମିତି ସୁଯୋଗ ମିଳେ ବୋଲି କହନ୍ତି ଜୟପୁର ଜଗନ୍ନାଥ ମନ୍ଦିରର ଏହି ସେବକ ଚିତ୍ରକାର ।

ଜୟପୁରର ସେବାୟତ ଚିତ୍ରକାର ମନୋହର ମହାପାତ୍ର ପରିବାର ର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ରହିଛି ଗୁରୁଦାୟିତ୍ୱ । ନବଯୌବନ ଦର୍ଶନ ପୂର୍ବରୁ ଚିତ୍ରକାର ମନୋହର ମହାପ୍ରଭୁଙ୍କ ଚିତ୍ର ଆଙ୍କନ୍ତି ହେଲେ ସେ କୁହନ୍ତି ମୁଁ କିଛି କରେନି ସବୁ କାଳିଆଙ୍କ ଇଚ୍ଛା । ହାତ ଆପେ ଆପେ ବୁଲେ ଆଉ ସବୁ ତାଙ୍କ ଇଛାରେ ଅଙ୍କନ ହୋଇଯାଏ। ଯେତେବେଳେ କେହି ପ୍ରଭୁଙ୍କୁ ସ୍ପର୍ଶ କରି ପାରନ୍ତିନି ସେତେବେଳେ ଆମ ପରିବାର ଏତେବଡ କାମ କରନ୍ତି ପ୍ରଭୁଙ୍କୁ ସ୍ପର୍ଶ କରି ତୁଳିରେ ଆଙ୍କିବା କିଛି କମ କଥା ନୁହେଁ ପ୍ରଭୁଙ୍କ ଦୟା ନଥିଲେ କିଛି ସମ୍ଭବ ନୁହେଁ ବୋଲି କହନ୍ତି ମନୋହର ।

ଜୟପୁରରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପରଠୁ ମନୋହରଙ୍କ ଜେଜେବାପାଙ୍କୁ ପାରଳାଖେମୁଣ୍ଡିରୁ ଜୟପୁର ରଜା ଡାକିଥିଲେ ସେବେଠୁ ଏହି ପରିବାର ଜଗନ୍ନାଥଙ୍କ ସେବା କରିଆସୁଛନ୍ତି । ପାକୃତିକ ରଙ୍ଗ ତଥା ବିଶେଷ କରି କଇଥ ଅଠା ଓ ତେନ୍ତୁଳି ମଞ୍ଜିର ବଟାରେ ତିଆରି ରଙ୍ଗକୁ ନିଜ ତୁଳିରେ ଆଙ୍କି ପ୍ରଭୁଙ୍କୁ ଚିତ୍ରଣ ତଥା ମୁଖ ସିଂହାର କରନ୍ତି ମନୋହର । ପୂର୍ବରୁ ମା ମଧ୍ୟ ରଙ୍ଗ ପ୍ରସ୍ତୁତ କରନ୍ତି ଆଉ ଏବେ ଧର୍ମପତ୍ନୀ ମଧ୍ୟ ସେସବୁ କାମ କରି ସହଯୋଗ କରୁଛନ୍ତି ।

ସେପଟେ ଆଠଗଡରୁ ଆସି ଏହି ପରିବାର ର ବୋହୁ ହବା ଏବଂ ମହାପ୍ରଭୁଙ୍କ ସେବାରେ ସହଯୋଗ କରିବା ମୋ ପାଇଁ ସୋଭାଗ୍ୟ ବୋଲି କହନ୍ତି ମନୋହରଙ୍କ ସ୍ତ୍ରୀ । ବର୍ତ୍ତମାନ ତାଙ୍କ ପୁଅ ମାନେ ମଧ୍ୟ ମନୋହର ସହ କାମ ଶିଖି ସହଯୋଗ କରୁଛନ୍ତି ଆଉ ଆଗକୁ ମହାପ୍ରଭୁଙ୍କ ଏହି ସେବାରେ ସେମାନେ ବି ନିୟୋଜିତ ରହିବେ ବୋଲି କହିଛନ୍ତି ଉଭୟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.